ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା, ଉଦ୍‌ଘାଟନୀ ମ୍ୟାଚ୍‌ରେ ଚରମ୍ପା ଏକାଡେମୀ ବିଜୟୀ

ଯାଜପୁର ଟାଉନ: ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଯାଇଛି ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ମେଲବୋର୍ଣ୍ଣ କ୍ରିକେଟ କ୍ଲବକୁ ପରାସ୍ତ କରି ଚରମ୍ପା ଏକାଡେମୀ ବିଜୟୀ ହୋଇଛି । ପ୍ରଥମେ ଚରମ୍ପା ଦଳ ନିର୍ଦ୍ଧାରିତ ଦଳ ନିର୍ଦ୍ଧାରିତ ଓଭରରେ ୨୦୦ ରନ ସଂଗ୍ରହ କରିଥିଲା । ଜବାବରେ ଏମସିସି ଦଳ ୧୮୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତୀ, ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ, ଅୟସକାନ୍ତ ଧଳ ଓ ମନୋଜ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.