Below header

ବୟସ ବେଶି ନୁହେଁ କିନ୍ତୁ ଲାଗିପଡିଛନ୍ତି ଛାତ୍ରଛାତ୍ରୀ ମଣିଷ କରିବାରେ, ଚର୍ଚ୍ଚାରେ ନିଆରା ଟିଉସନ ଶିକ୍ଷକ ଦୀପକ ସାର୍‌

ପିଲାମାନଙ୍କୁ କଷ୍ଟ ହେଉଥିବା ଗଣିତ, ବିଜ୍ଞାନ ଓ ଇତିହାସକୁ ଅତି ସହଜରେ କେମିତି ମନେ ରଖିବେ ତାର କରାମତି ଜାଣିଛନ୍ତି ଦୀପକ ସାର । ସହଜ ଓ ସରଳ ଉପାୟରେ ପାଠ ପଢ଼ାଇବା ପାଇଁ ଗୀତ ମାଧ୍ୟମରେ ପାଠ ପଢ଼ାଉଛନ୍ତି ଦୀପକ ସାରେ ।

ଭଦ୍ରକ (କେନ୍ୟୁଜ) : ନିଆରା ଟିଉସନ ଶିକ୍ଷକ ଦୀପକ ସାର୍‌ । ଗୀତ ମାଧ୍ୟମରେ ପଢ଼ାଉଛନ୍ତି ପାଠ । ପାଠ ପଢା କେବଳ ବହି, ଖାତା ଓ କଲମ ଭିତରେ ସୀମିତ ନୁହେଁ । ଗୀତ ଗାଇବା ସହ ମଉଜ କରି ହସାଇ ହସାଇ ପିଲାଙ୍କୁ ପାଠ ପଢାନ୍ତି ଦୀପକ ସାର୍‌ । ପିଲାମାନଙ୍କୁ କଷ୍ଟ ହେଉଥିବା ଗଣିତ, ବିଜ୍ଞାନ ଓ ଇତିହାସକୁ ଅତି ସହଜରେ କେମିତି ମନେ ରଖିବେ ତାର କରାମତି ଜାଣିଛନ୍ତି ଦୀପକ ସାର । ସହଜ ଓ ସରଳ ଉପାୟରେ ପାଠ ପଢ଼ାଇବା ପାଇଁ ଗୀତ ମାଧ୍ୟମରେ ପାଠ ପଢ଼ାଉଛନ୍ତି ଦୀପକ ସାରେ ।” ଟନ ଟନାଟନ ଟନ ଟନ ତାରା ସାଇନ୍ସ କି ନୀଚେ କସ ବିଚାରା”,,” ଟନ ଟନାଟନ ଟନ ଟନ ତାରା ୱାନ କି ନୀଚେ କଟ ବିହାରା ” । ଏହି ଗୀତ ମାଧ୍ୟମରେ ସେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ଯାହାକି ପିଲାମାନଙ୍କୁ ସହଜ ସରଳ ଉପାୟରେ ପାଠକୁ ବୁଝି ପାରୁଛନ୍ତି । ସପ୍ତମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୧୫୦ ଜଣଙ୍କୁ ଶିକ୍ଷା ଦାନ କରୁଛନ୍ତି ଦୀପକ ସାରେ । ହିନ୍ଦୁ, ମୁସଲିମ ଧର୍ମର ପିଲାମାନଙ୍କୁ ଏକାଠି ବସାଇ ପଢାଉଛନ୍ତି ପାଠ । ଯିଏ ତାଙ୍କ ଠାରୁ ଥରେ ଶିକ୍ଷା ଅର୍ଜନ କରିଛି, ସେ ଆଉ ଅନ୍ୟକେଉଁ ଆଡ଼େ ଯିବାକୁ ଇଛା କରୁନାହଁ । ସେଥିପାଇଁ ସେ ସମସ୍ତ ପିଲାମାନଙ୍କ ଆଦରଣୀୟ ଶିକ୍ଷକ ସାଜିଛନ୍ତି ଦୀପକ ସାରେ । ପାଠ ପଢି ଭଲ ମଣିଷ ହେବାକୁ ପିଲାମାନଙ୍କୁ ଦିଅନ୍ତି ପରାମର୍ଶ । ନିଜ ପିଲାମାନଙ୍କୁ ଛାଡି ଥିବା ଅଭିଭାବକ ମଧ୍ୟ ସାର ଙ୍କ ପାଠ ପଢାକୁ ଦେଖି ପିଲା ମାନଙ୍କ ଭବିଷ୍ୟତ ଗଢିବାକୁ ଛାଡିଛନ୍ତି । ଯାହାକୁ ନେଇ ଏହି ସନ୍ଥିଆ ଅଞ୍ଚଳରେ ଦୀପକ ସାର୍‌ କିପରି ଚର୍ଚ୍ଚାରେ ଅଛନ୍ତି ଯାହାଙ୍କୁ ଆପଣ ମାନଙ୍କ ପାଖରେ ନପହଁଚାଇ ଆମେ ରହିପାରିଲୁନି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନସ୍ଥ ଆନ୍ଦୋଳ ପଞ୍ଚାୟତରୁ ଏକ ଗରିବ ଚାଷୀଙ୍କ ଘରୁ ଆସିଛନ୍ତି ଦୀପକ କୁମାର ଦାସ । ସେ ନିଜେ ପାଠ ପଢିବା ପାଇଁ ସହରକୁ ଆସିବା ସହ ପିଲାମାନଙ୍କୁ ବି ପାଠ ପଢ଼ାଉଛନ୍ତି. ଭଦ୍ରକ ପୌରପାଳିକା ଅଧିନସ୍ଥ ସନ୍ଥିଆ ଠାରେ ଭଡା ଘରେ ରହି ଏକ ଟିଣ ଛପର ଘରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଏହି ଦୀପକ ସାର୍‌ । ଏହି ଟିଣ ଛପର ଘରେ ପାଖାପାଖି ୧୫୦ ଜଣ ଛାତ୍ର, ଛାତ୍ରୀଙ୍କ ଭବିଷ୍ୟତ ଗଢୁଛନ୍ତି । ସେ ନିଜେ ଜଣେ ଏମ ବି ଏ ଛାତ୍ର । ନିଜେ ପାଠ ପଢି ମେଧାବୀ ହୋଇଥିବା ଦୀପକ, ପିଲା ମାନଙ୍କୁ ପାଠ ପଢାଇ ନିଜ ଭବିଷ୍ୟତ ଗଢିବାକୁ ବି ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି । ଶିକ୍ଷାର ଗୁରୁତ୍ୱକୁ ସେ ଭଲ ଭାବରେ ବୁଝିବା ସହ ଅନ୍ୟ କୁ ତିଆରି କରିବାକୁ ରାତି ଦିନ ଏକ କରିଛନ୍ତି । ପିଲାମାନଙ୍କୁ କଷ୍ଟ ହେଉଥିବା ଗଣିତ, ବିଜ୍ଞାନ, ଭୁଗୋଳ ଓ ଇତିହାସକୁ ନେଇ ଦୀପକ ସାରେ କିପରି ସହଜ ହୋଇ ପାରିବ ସେ ନେଇ ରାତିରେ ଗୀତ ଲେଖୁଛନ୍ତି । ଆଉ ସକାଳେ ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ଗୀତ ମାଧ୍ୟମରେ ପାଠ ପଢାଉଛନ୍ତି ଦୀପକ ।

୩୦ଟି ଜିଲ୍ଲାକୁ ମଧ୍ୟ ଗୀତ ମାଧ୍ୟମରେ ପଢ଼ାଉଛନ୍ତି । ପିଲାମାନେ ବି ଏହି ଗୀତ ମାଧ୍ୟମରେ ପାଠ ପଢି ଗଣିତ, ବିଜ୍ଞାନ, ଭୂଗୋଳ ଓ ଇତିହାସ ବୁଝିବା ସହଜ ହୋଇ ପାରୁଛି ବୋଲି ପିଲାମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଏଠି ପାଠ ପଢ଼ୁଥିବା ଛାତ୍ର, ଛାତ୍ରୀ ମାନେ ସବୁ ଧର୍ମର ଏକାଠି ହୋଇ ପାଠ ପଢୁଛନ୍ତି । ପାଠ ପଢ଼ାଇବା ପୂର୍ବରୁ କଳା ପଟାରେ ଓଁମା786 ଲେଖିଥାନ୍ତି ଦୀପକ ସାର୍‌ । ଯାହାକି ସର୍ବ ଧର୍ମକୁ ବୁଝାଏ ବୋଲି ଦୀପକ କହିଛନ୍ତି । କରୋନା ପର ଠାରୁ ମୁଁ ଅନୁଭବ କଲି ପିଲାମାନେ ଅଧିକ ସମୟ ମୋବାଇଲରେ ସାରୁଛନ୍ତି । କେଉଁ ଉପାୟରେ ପଢ଼ାଇଲେ ସେମାନେ ମୋବାଇଲ ପ୍ରତି ମନ ନ ଦେଇ ପାଠ ପ୍ରତି ଧ୍ୟାନ ଦେବେ ବୋଲି ଚିନ୍ତା କରି ରାତିରେ ମୁଁ ଗୀତ,ଗପ, କବିତା, ନୃତ୍ୟ ବ୍ୟଙ୍ଗତ୍ମକ କଥା ଆଦି ତରିକା ଦେଇ ଶିକ୍ଷାଦାନ କରୁଛନ୍ତି । ଶିକ୍ଷାର କୌଣସି ଭେଦ ଭାବ ନ ରହୁ ବୋଲି ଦୀପକ କହିଛନ୍ତି । ଅନ୍ୟପଟେ ଦୀପକ ସାରଙ୍କ ଏପରି ନିଆରା ପାଠ ପଢାକୁ ନେଇ ସମସ୍ତ ପିଲାମାନେ କଷ୍ଟ ହେଉଥିବା ଗଣିତ, ବିଜ୍ଞାନ, ଭୂଗୋଳ, ଇତିହାସ ଓ ଇଂରାଜୀକୁ ବେଶ ଭଲ ଭାବରେ ବୁଝି ପାରୁଛନ୍ତି । ଯାହାକୁ ନେଇ ପିଲାମାନେ ବେଶ ଖୁସି ହୋଇଛନ୍ତି ।

ସେହିପରି ଏହି ସନ୍ଥିଆ ଅଞ୍ଚଳକୁ ପାଖାପଖି ୫ କିଲୋମିଟର ଦୂରରୁ ପିଲାମାନେ ପାଠ ପଢିବା ପାଇଁ ଛୁଟି ଆସୁଛନ୍ତି । ବିଶେଷ କରି ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ଦୀପକ । କେବଳ ସେତିକି ନୁହେଁ ସେ କାହାରିକି ଟଙ୍କା ମାଗନ୍ତି ନାହିଁ ଟିଉସନ ପାଇଁ । ସେ ଯେମିତି ଗରିବ ଚାଷୀ ପରିବାରରୁ ଆସି କଷ୍ଟ କରି ପାଠ ପଢ଼ିଛନ୍ତି । ସେ କଷ୍ଟ ଯେତେ ହୋଇଛି ସେହିପରି ଆଉ କେଉଁ ଛାତ୍ର, ଛାତ୍ରୀମାନେ କଷ୍ଟ ନ କରନ୍ତୁ ସେଥିପାଇଁ ସେ ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ସମସ୍ତ ଶିକ୍ଷାଦାନ ଦେଉଛନ୍ତି । ଆଗାମୀ ଦିନରେ କଲେଜ ଛାତ୍ର, ଛାତ୍ରୀଙ୍କୁ ବି ପାଠ ପଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ଦୀପକ ସାର୍‌ । ଅନ୍ୟପଟେ ଏହି ଅଞ୍ଚଳରେ ଉଭୟ ସମ୍ପ୍ରଦାୟରେ ଲୋକମାନେ ତାଙ୍କ ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ତାଙ୍କ ପିଲାଙ୍କୁ ଏଠାକୁ ଛାଡ଼ୁଛନ୍ତି । ଅନେକ ପିଲା ଏଠାରେ ପଢି ପାସ ହୋଇ ଚାକିରୀ କଲେଣି । ଯାହାକୁ ନେଇ ଅଭିଭାବକ ମାନେ ଦୀପକ ସାରଙ୍କ ଏପରି ନିଆରା ପାଠ ପଢା ଉପରେ ବିଶ୍ୱାସ ରଖିଛନ୍ତି ସାରଙ୍କ ଠାରୁ ପାଠ ପଢି ଆମ ପିଲା ଭଲ ମଣିଷ ହେବ ବୋଲି ଅଭିଭାବକ କହିଛନ୍ତି । ବାସ୍ତବିକ ଦୀପକ ସାରଙ୍କ ଏହି ଅଭିନଵ ପ୍ରୟାସ ଓ ପ୍ରତିବଦ୍ଧତାକୁ ଯେ କେହିବି ଦେଖିବ ନିଶ୍ଚୟ ପ୍ରଶଂସା ନ କରି ରହିପାରିବ ନାହିଁ । ଆପଣ ବି କୁହନ୍ତୁ ଦୀପକ ସାରଙ୍କ ପାଠ ପଢ଼ା ଶୈଳୀ ଆପଣଙ୍କୁ କେମିତି ଲାଗିଲା । ନିଜର ପ୍ରତିକ୍ରୀୟ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.