ଦୀପାବଳିରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ସଫେଇ କର୍ମଚାରୀଙ୍କ ମୃତ୍ୟୁ

ବରଗଡ଼(କେନ୍ଯୁଜ୍) :  ଦୀପାବଳିରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବରଗଡ଼ ପଦ୍ମପୁରରେ । ସହରରେ ଥିବା ଏକ ଲଜ୍‌ରେ ରୋହିତ ବାଗ ସଫେଇ କରୁଥିବା ବେଳେ ୩୩ କେଭି ବିଦ୍ୟୁତ ତାର ଲାଗି ଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ରେହିତଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଉମାଡେରା ଗାଁରେ । ସେ ପଦ୍ମପୁରରେ ପରିବାର ସହ ରହୁଥିଲେ । ତାଙ୍କର ଦୁଇଟି ଛୋଟ ପିଲା ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.