ପୁଣି ଥରେ ଦେଶଭକ୍ତିର ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର, ଟାଇଟଲ ରହିଛି ‘ମିସନ୍ ମଙ୍ଗଲ’

ପୁଣି ଥରେ ଦେଶଭକ୍ତିର ଫିଲ୍ମର ଅଭିନୟ କରିବେ ଅକ୍ଷୟ କୁମାର । ଫିଲ୍ମର ଟାଇଟଲ ରହିଛି ମିସନ ମଙ୍ଗଲ । ଟ୍ଵିଟ୍ କରି ଅକ୍ଷୟ ଫିଲ୍ମର ଷ୍ଟାରକାଷ୍ଟର ଖୁଲାସା କରିଛନ୍ତି । ଫିଲ୍ମରେ ଶର୍ମନ ଯୋଶି ଅକ୍ଷୟଙ୍କ ସହ ସ୍କ୍ରିନ୍ ସେୟାର କରିବେ । ତେବେ ଫିଲ୍ମରେ ନାୟିକାଙ୍କ ସଂଖ୍ୟା ଅଧିକ ରହିଛି ।
ଏହା ସହ ପଢନ୍ତୁ : କାହିଁକି ଶାହରୁଖଙ୍କ ଉପରେ ରାଗି ଯାଇଥିଲେ ସନ୍ନି ? ଆଉ ସମସ୍ତଙ୍କ ସାମ୍ନାରେ ଫାଡି ଦେଇଥିଲେ ନିଜ ଜିନ୍ସ
ବିଦ୍ୟା ବଲାନ୍ , ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା ଓ ନିଥିୟା ମେନନ୍ ଭଳି ଅଭିନେତ୍ରୀ ଏହି ଫିଲ୍ମରେ ନଜର ଆସିବେ । ଭାରତର ମଙ୍ଗଳ ମିସନ୍ ଉପରେ ଫିଲ୍ମର କାହାଣୀ ରହିଛି । ଫିଲ୍ମର ନିର୍ଦ୍ଦେଶନା ଦେବେ ଜଗନ ଶକ୍ତି । ସେ ପୂର୍ବରୁ ନିର୍ଦ୍ଦେଶକ ଆର ବାଲକିଙ୍କୁ ଆସିଷ୍ଟ୍ କରୁଥିଲେ । ଫିଲ୍ମରେ ବିଦ୍ୟା ଏକ ମହିଳା ଟିମ୍ର ନେତୃତ୍ୱ ନେବେ । ଫିଲ୍ମର ସହ ପ୍ରଯୋଜନା କରୁଛନ୍ତି ଅକ୍ଷୟ କୁମାର ା