ହଲିଉଡ୍ ଫିଲ୍ମ ‘FIVE FEET APART’ର ରିଲିଜ ହେଲା ଟ୍ରେଲର

ରିଲିଜ ହୋଇଛି ହଲିଉଡ୍ ଫିଲ୍ମ ଫାଇଭ୍ ଫିଟ୍ ଆପାର୍ଟର ଟ୍ରେଲର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଷ୍ଟିନ ବାଲଦୋନି। ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ହାଲେ ଲୁ ରିଚାର୍ଡସନ ଓ କୋଲ ସ୍ପ୍ରାଉସ। ସିଷ୍ଟିକ ଫାଇବ୍ରୋସିସ ରୋଗରେ ପୀଡିତ ଦୁଇ ରୋଗୀଙ୍କ ମଧ୍ୟରେ ଲଭ୍ ଓ ରୋମାନ୍ସକୁ ନେଇ ଫିଲ୍ମର କାହାଣୀ। ହସପିଟାଲରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହେଉଛି ଭଲପାଇବା। ତେବେ ଅଧିକ ଇନ୍ଫେକସନ ନ ହେବାକୁ ଉଭୟଙ୍କୁ ପରସ୍ପର ପାଖକୁ ନଯିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର। ଏହି ଯୋଡିଙ୍କ ଭଲପାଇବା ଓ ସଂଘର୍ଷର କାହାଣୀକୁ ହୃଦୟସ୍ପର୍ଶୀ ଢଙ୍ଗରେ ଫିଲ୍ମରେ ପ୍ରଦର୍ଶିତ କରାଯାଇଛି। ଆସନ୍ତାବର୍ଷ ମାର୍ଚ୍ଚରେ ରିଲିଜ ହେବ ରୋମାଣ୍ଟିକ ଡ୍ରାମା ଫାଇଭ୍ ଫିଟ୍ ଆପାର୍ଟ।
ଦେଖନ୍ତୁ ଟ୍ରେଲର :