ଆଉ ତ୍ରାହି ପାଇବେନି ସୀମାନ୍ତ ଶତ୍ରୁ ! ମନରେ ଭୟ ସୃଷ୍ଟି କରିବ ସେନାଙ୍କ ଏହି ଶକ୍ତିଶାଳୀ ହତିୟାର୍, ନିମିଷକେ ଶତ୍ରୁପକ୍ଷର କ୍ୟାମ୍ପକୁ କରିବ ଧ୍ୱଂସ

ଏହି ବାଣ ବାୟୁ ପ୍ରଦୂଷଣ କରିଥାଏ । ହେଲେ ବି ନାହିଁ ଏଥିରେ କୌଣସି ପ୍ରତିବନ୍ଧକ । ଏହି ବାଣ ଶତ୍ରୁଙ୍କ ମନରେ ସୃଷ୍ଟି କରିଥାଏ ଭୟ । ଯୁଦ୍ଧ ସମୟରେ ସ୍ବୟଂ ଭଗବାନଙ୍କ ଭୂମିକା ନିଭାଇଥାଏ ଏହି ବାଣ । ଏହା ବାଣ ନୁହେଁ ଏହା ହେଉଛି ବଜ୍ର । ଏହା ହେଉଛି ଦୀପାବଳି ଉପଲକ୍ଷେ ଭାରତୀୟ ସେନାଙ୍କୁ ମୋଦି ଉପହାର ସ୍ବରୂପ ଦେବାକୁ ଯାଉଥିବା Ultralight Howitzer M-777 ଏବଂ Self-Propelled Gun, K-9 ବଜ୍ର । ୩୦ ବର୍ଷର ବନବାସ ପରେ ଦୀପାବଳିରେ ଘରକୁ ଫେରୁଛନ୍ତି ଭାରତୀୟ ସେନାଙ୍କ ଏହି ଭଗବାନ୍ । ନଭେମ୍ବର ୯ରେ ଭାରତୀୟ ସେନାରେ ଉଭୟ ଆର୍ଟିଲେରୀ ସଷ୍ଟମକୁ ସାମିଲ୍ କରିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ।

K-9:

k-9-vajra-tକେ – ୯ ବଜ୍ରକୁ ମେକ୍ ଇନ୍ ଇଣ୍ଡିଆରେ ନିର୍ମାଣ କରିଥିଲା ସାଉଥ୍ କୋରିଆ କମ୍ପାନୀ ହନୱହା ଟେକ୍ ବିନ୍ । ଭାରତରେ ଏହାକୁ ନିର୍ମାଣ କରିବ ଏଲଆଣ୍ଡଟି । ୨୦୨୦ ସୁଦ୍ଧା ଭାରତୀୟ ସେନା ନିକଟରେ ଥିବା ୧୦୦ଟି କେ -୯ ବଜ୍ର । ପ୍ରାୟ ୪୫୦୦ କୋଟିର ଏହି ପ୍ରୋଜେକ୍ଟରେ ଭାରତୀୟ ସେନାକୁ ପ୍ରଥମେ ୧୦ଟି ନିର୍ମିତ ତୋପ ମିଳିବା ବେଳେ ବାକି ୯୦ ଟି ମେକ୍ ଇନ୍ ଇଣ୍ଡିଆ ଅନୁଯାୟୀ ହେବ ।

କେ-୯ ବଜ୍ରର ଅନେକ ସ୍ବତନ୍ତ୍ରତା ରହିଛି । ଶତ୍ରୁ ରାଡାରରେ ଧରା ପଡୁନଥିବା କେ-୯ ମାତ୍ର ତିନି ସେକେଣ୍ଡରେ ତିନିଟି ଗୋଳା ମାରିବାର କ୍ଷମତା ରଖିଛି ଏହି ତୋପ । ନିୟୁକ୍ଲିୟର୍ ୱରଫେୟର୍ କେମିକାଲ୍ ସହ ଲଢିବା ପାଇଁ ସିବିଆରଏନ୍ ଟେକନିକରେ ପ୍ରସ୍ତୁତ ହୋଇଛି ଏହି ତୋପ । ଶତ୍ରୁ ରାଡାରରେ ଧରା ପଡୁନଥିବା କେ-୯ ଘଂଟା ପ୍ରତି ୬୦ କିଲୋମିଟର ବେଗରେ ଗତିକକରିଥାଏ । ଏପରିକି ମରୁଭୂମିରେ ମଧ୍ୟ ଚାଲିପାରିବ କେ-୯ ବଜ୍ର । ତେଣୁ ରାଜସ୍ଥାନ ଏବଂ ପଞ୍ଜାବରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିବ ।

ଏହି ବଜ୍ରକୁ ଚଲାଇବା ପାଇଁ ଏହା ମଧ୍ୟରେ ପାଂଚ ଜଣ ଯବାନ୍ ରହିପାରିବେ । କିଛି କ୍ଷଣ ମଧ୍ୟରେ ୩୦ କିଲୋମିଟର ପର୍ଯ୍ଯନ୍ତ ଶତ୍ରୁପକ୍ଷର କ୍ୟାମ୍ପକୁ ଧ୍ୱଂସ କରିପାରିବ । ଏହାର କ୍ୟାଲିବର୍ ହେଉଛି ୧୫୫ ଏମଏମ୍ । ଏହି ତୋପରୁ ଗୋଳା ଯେଉଁଠି ପଡିବ ସେଠି ୫୦ ମିଟର ପର୍ଯ୍ଯନ୍ତ ରଚିବ ଧ୍ବଂସର ତାଣ୍ଡବଲୀଳା ।

Ultralight Howitzer M-777 :

M-7773ଏହି ତୋପ ପାଇଁ ୫ହଜାର କୋଟିର ପ୍ରୋଜେକ୍ଟ ହୋଇଛି । ୨୦୨୧ ସୁଦ୍ଧା ଭାରତୀୟ ସେନାଙ୍କ ନିକଟରେ ଥିବ ୧୪୫ଟି Ultralight Howitzer M-777 । ଏହାର ଓଜନ ମାତ୍ର ୪.୨ ଟନ୍ । ତେଣୁ ସହଜରେ ଏହାକୁ ଗୋଟିଏ ସ୍ତାନରୁ ଅନ୍ୟ ସ୍ଥାନକୁ ନେଇହେବ । ଏହା ଏକ ମିନିଟରେ ୩୧ କିଲୋମିଟର ପର୍ଯ୍ଯନ୍ତ ଚାରି ରାଉଣ୍ଡ ଫାୟାର୍ କରିପାରେ । ଏହାର ଗୋଳାର ଓଜନ ହେଉଛି ୪୫ କିଲୋ । ଏହାକୁ ଚଲାଇବା ପାଇଁ ୮ ଜଣ ଯବାନ୍ ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.