ମାର୍ଶାଘାଇ ବଜାରରେ ରଙ୍ଗ କାମ ଚାଲିଥିବାବେଳେ ଅଘଟଣ, ବିଦ୍ଯୁତ୍ ଆଘାତରେ ମିସ୍ତ୍ରୀ ମୃତ

ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ମାର୍ଶାଘାଇ ବଜାରରେ ବିଦ୍ଯୁତ୍ ଆଘାତରେ ଯୁବକ ମୃତ। ମୃତ ଯୁବକଙ୍କ ଘର ମହାକାଳପଡ଼ା କେଆରବାଙ୍କ ଗାଁର ବନମାଳୀ ସାହୁ (୩୮) । ବନମାଳୀ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି।

ମାର୍ଶାଘାଇ ବଜାର ନିକଟରେ ରଙ୍ଗ କାମ କରୁଥିଲାବେଳେ ବିଦ୍ଯୁତ୍ ଆଘାତରେ ମୃତ୍ୟୁ ଘଟିଥିବା ସୂଚନା। ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.