ରାମଚନ୍ଦ୍ରପୁରୁ ଗାଁରେ ବଜ୍ରପାତ: ହୁତୁ ହୁତୁ ହୋଇ ଜଳିଗଲା ଦୁଇ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ଗରଦପୁରୁ ବ୍ଲକ ରାମଚନ୍ଦ୍ରପୁରୁ ଗାଁରେ ବଜ୍ରପାତ। ଜଳିଗଲା ଦୁଇ ବଖରା ଘର। ସୂଚନା ମୁତାବକ, ଗାଁର ସରୋଜ ମହାରଣାଙ୍କ ଦୁଇ ବଖରା ଘର ବଜ୍ରପାତରେ ଜଳି ପୋଡି ପାଉଁଶ ହୋଇଯାଇଛି। ଏହାସହିତ ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ମଧ୍ଯ ଜଳିଯାଇଛି।

ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ଅଗ୍ନିକାଣ୍ଡରେ ସବୁ ଜଳିସାରିଥିଲା। ବଜ୍ରପାତରେ ସରୋଜ ଚେତାଶୂନ୍ୟ ହୋଇ ପଡିଥିଲେ ।ସରୋଜଙ୍କୁ ପାଟକୁରା ମେଡିକାଲରେ ଚିକିତ୍ସା କରାଉଛି। ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.