ଯାଜପୁର: ବ୍ରାହ୍ମଣୀ ନଦୀର ପାଇକରାପୁର ଠାରେ ବୁଡି ଜଣେ ନିଖୋଜ, ଅଗ୍ନିଶମ ବାହିନୀ ପକ୍ଷରୁ ଅନୁସନ୍ଧାନ ଜାରି

ଯାଜପୁର(କେନ୍ୟୁଜ): ବ୍ରାହ୍ମଣୀ ନଦୀରେ ବୁଡି ଜଣେ ନିଖୋଜ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ରେଖିଦେଇପୁର ପଞ୍ଚାୟତର ପାଇକରାପୁର ଗ୍ରାମରେ। ସୂଚନା ମୁତାବକ ପାଇକରାପୁର ଗ୍ରାମର ଘନଶ୍ୟାମ ସାହୁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ସ୍ନାନ କରିବାକୁ ଯାଇଥିଲେ। ତେବେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଆସିଥିଲା। ଘନଶ୍ୟାମଙ୍କ ପୁଅ ଅନାଦି କିଛି ସାଙ୍ଗ ମାନଙ୍କୁ ଡାକି ନଦୀକୂଳକୁ ଯାଇଥିଲେ।

ତେବେ ସେଠାରେ ଘନଶ୍ୟାମଙ୍କ ଚପଲ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଖୋଜା ଖୋଜି ଜାରି ରଖିଥିଲେ ଏଯାବତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଏପଟେ ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।