ଶୁକ୍ରବାର ଟିପ୍ସ : ଏମିତି କରନ୍ତୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ, ଦୂର ହେବ ସବୁ କଷ୍ଟ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭାଗ୍ୟର କାରକ ଗ୍ରହ କୁହାଯାଏ । ସେହିପରି ଧନ, ସମ୍ପତ୍ତି ଓ ସମୃଦ୍ଧିର କାରକ ଦେବୀ ଭାବେ ମା’ ଲକ୍ଷ୍ମୀଙ୍କୁ ମନାଯାଏ । ଶୁକ୍ରବାର ମା’ ଲକ୍ଷ୍ମୀଙ୍କର ବାର ହୋଇଥିବାରୁ ଏହି ଦିନ ମା’ ଲକ୍ଷ୍ମୀଙ୍କୁ ସହଜରେ ପ୍ରସନ୍ନ କରାଯାଇପାରେ । ମା’ ଲକ୍ଷ୍ମୀଙ୍କର ପୂଜା ଯେ କେହି କରିଥାଏ । କାରଣ ଯାହାଙ୍କ ପାଖରେ ମା’ ଲକ୍ଷ୍ମୀଙ୍କର ଆଶିଷ ରହିଥାଏ, ତାଙ୍କ ପାଖରେ ଧନ ବୈଭବର ଅଭାବ ରହିନଥାଏ । ଲକ୍ଷ୍ମୀଙ୍କୁ ପୂଜା କରୁଥିବା ବ୍ୟକ୍ତି ସର୍ବଦା ପ୍ରସନ୍ନ ରହିଥାଏ ।

ଦେବୀ ମା’ ଲକ୍ଷ୍ମୀଙ୍କ ମନ୍ତ୍ର : ଯାହା ତାଙ୍କୁ କରିଥାଏ ପ୍ରସନ୍ନ –

‘ମହାଲକ୍ଷ୍ମୀ ଚ ବିଦ୍ମହେ, ବିଷ୍ଣୁପତ୍ନୀ ଚ ଧୀମହି, ତନ୍ମୋ ଲକ୍ଷ୍ମୀଃ ପ୍ରଚୋଦୟାତ୍‌ । ’

‘ ଓଁ ଶ୍ରୀଂ ଶ୍ରୀଂ ମହାଲକ୍ଷ୍ମୈ ଶ୍ରୀଂ ଶ୍ରୀଂ ଓଁ ନମଃ । ’

ଏମିତି କରନ୍ତୁ ମା’ ଲକ୍ଷ୍ମୀଙ୍କ ପୂଜା –

: ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ପୂର୍ବରୁ ଘରକୁ ସଫା ସୁତର କରନ୍ତୁ ।

: ପୁଣି ଗାଧୋଇ ସଫା ବସ୍ତ୍ର ପିନ୍ଧନ୍ତୁ ।

: ମା’ ଲକ୍ଷ୍ମୀଙ୍କ ପୂଜା ପୁରା ମନରେ କରନ୍ତୁ ।

: ପୂଜାସ୍ଥଳରେ ପ୍ରଥମେ ଚୌକି ରଖନ୍ତୁ, ତା‘ ଉପରେ ହଳଦୀଆ କିମ୍ବା ଲାଲ କପଡ଼ା ରଖନ୍ତୁ ।

: ଏହା ଉପରେ ମା’ ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ରଖନ୍ତୁ ।

: ମା’ ଲକ୍ଷ୍ମୀଙ୍କୁ ୧୬ ଶୃଙ୍ଗାର କରନ୍ତୁ । ସାମର୍ଥ୍ୟ ଅନୁସାରେ ତାଙ୍କୁ ଭୋଗ ପ୍ରଦାନ କରନ୍ତୁ ।

: ମା’ ଲକ୍ଷ୍ମୀ ପଦ୍ମ ଫୁଲ ଉପରେ ବିରାଜମାନ କରିଥାନ୍ତି । ତେଣୁ ଯଦି ପଦ୍ମ ଫୁଲ ପାଆନ୍ତି ମା’ଙ୍କୁ ଅର୍ପଣ କରନ୍ତୁ ।

: ମା’ ଲକ୍ଷ୍ମୀଙ୍କର ଭଗବାନ ଗଣେଶ ପ୍ରିୟ ହୋଇଥାନ୍ତି । ତେଣୁ ଶ୍ରୀଗଣେଶଙ୍କୁ ଲଡ଼ୁ ଅର୍ପଣ କରୁଥିବା ଭକ୍ତଙ୍କୁ ଲକ୍ଷ୍ମୀଙ୍କ କୃପା ସହ ଶ୍ରୀଗଣେଶଙ୍କ କୃପା ମଧ୍ୟ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.