ଏମିତି ବି ଲେଖା ହୋଇଥାଏ ମୃତ୍ଯୁ: ବସ୍ ଓ ବାଇକ୍ ଦୁର୍ଘଟଣାର ଲାଇଭ୍ ଭିଜୁଆଲ୍ କଏଦ, ଚାଲିଗଲା ଯୁବକଙ୍କ ଜୀବନ

ନୟାଗଡ଼(କେନ୍ୟୁଜ୍‌): ବସ୍ ବାଇକ୍ ଦୁର୍ଘଟଣାର ଲାଇଭ ଫୁଟେଜକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୃତ୍ଯୁ କାହା ଭାଗ୍ୟରେ କେମିତି ଲେଖା ହୋଇଥାଏ ତାହା କହିବା ଅସମ୍ଭବ। ଅନ୍ୟପଟେ ନିର୍ଦୋଷ ବ୍ୟକ୍ତି ବି ବେଳେ ବେଳେ ଦୋଷୀ ହୋଇଥାଏ । କିନ୍ତୁ ପରେ ସତ୍ୟ ସାମ୍ନାକୁ ଆସିବା ପରେ ସବୁ ସରିସାରିଥାଏ । ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ସହରରେ।

ଗତ ୧୨ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଏକ ଦୁର୍ଘଟଣା ଘଟିଥିଲା । ପ୍ରଥମେ ଆଲୋଚନା ହେଲା, ବାଇକକୁ ପଛରୁ ଏକ ଘରୋଇ ବସ୍ ଧକ୍କା ଦେବାରୁ ୨ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ଚାଲୁଥିବା ସମୟରେ ଯୁବକଙ୍କର ମୃତ୍ଯୁ ହୋଇଥିଲା । ମୃତ ଯୁବକ ହେଉଛନ୍ତି ମାନସ ନାୟକ। ଘର ଓଡ଼ଗାଁ ଅଂଚଳରେ । ସେ ତାଙ୍କ ଶାଶୁଙ୍କୁ ବାଇକରେ ନୟାଗଡ଼ ଧରି ଆସୁଥିଲେ । ତାଙ୍କୁ ପଛ ପଟୁ ଏକ ଘରୋଇ ବସ୍ ଧକ୍କା ଦେଇ ଚଢିଯାଇଥିଲା ।

ତେବେ ଏବେ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଦୁର୍ଘଟଣାର ଦିଗ ବଦଳି ଯାଇଛି । ଘରୋଇ ବସ୍ ଯାଉଥିବା ସମୟରେ ମାନସ ବସକୁ ଓଭରଟେକ୍ କରି ଆଗକୁ ଯାଉଥିଲେ। ସେହି ସମୟରେ ସାମ୍ନା ପଟୁ ଏକ ବାଇକ ସହ ମାନସଙ୍କ ବାଇକ ମୁହଁଆମୁହିଁ ଧକ୍କା ହୋଇଥିଲା । ଯାହାଦ୍ୱାରା ମାନସ ବାଇକରୁ ଛିଟିକି ଯାଇ ବସର ଆଗ ଚକ ତଳେ ପଡିଯାଇଥିଲେ ଏବଂ ମାତ୍ର କେଇ ମୁହୂର୍ତ୍ତ ଭିତରେ ବସ୍ ସେମାନଙ୍କ ଉପରେ ଚଢିଯାଇଥିଲା । ଏହି ଘଟଣା ପରେ ବସ୍ ଏବଂ ଡ୍ରାଇଭରକୁ ଅଟକ ରଖିଛି ନୟାଗଡ଼ ପୋଲିସ୍ । ଏହି ଘଟଣାର ସିସିଟିଭି ଫୁଟେଜ ଏବେ ନୟାଗଡ଼ରେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.