କୃଷକଙ୍କ ପାଇଁ ବଡ଼ ଖୁସି ଖବର! ଜାରି ହେଲା ପିଏମ୍‌ କିଷାନ୍‌ ଯୋଜନାର ୧୧ତମ କିସ୍ତି ତାଲିକା, ଏମିତି ଚେକ୍‌ କରନ୍ତୁ ନିଜ ନାଁ

ପିଏମ୍‌ କିଷାନ୍‌ ଯୋଜନାରେ ଥିବା କୃଷକଙ୍କ ପାଇଁ ବଡ଼ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ୍‌ ଯୋଜନାର ୧୧ ତମ କିସ୍ତି ଖୁବ୍‌ ଶୀଘ୍ର ଜାରି କରିବାକୁ ଯାଉଛନ୍ତି। ଏହି କୃଷକ ଯୋଜନାର ୧୧ ତମ କିସ୍ତି ପାଇଁ ତାଲିକା ଜାରି କରାଯାଇଛି। ଏଭଳି ସ୍ଥିତିରେ ଯଦି ଆପଣ ବି ଏହି ଯୋଜନାରେ ଆବେଦନ କରିଛନ୍ତି, ତେବେ ନିଜ ନାଁ ଅଛି କି ନାହିଁ ତୁରନ୍ତ ଚେକ୍‌ କରି ନିଅନ୍ତୁ। ଆସନ୍ତୁ ଜାଣିବା ତାଲିକାରେ ନିଜ ନାଁ ଅଛି କି ନାହିଁ କେମିତି ଜାଣିବେ…

କେବେ ଆସିବ ୧୧ତମ କିସ୍ତି ଅର୍ଥ:

ନିୟମ ଅନୁସାରେ, ପିଏମ୍‌ କିଷାନ୍‌ ଯୋଜନାର ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ ଜାରି କରାଯାଏ। ସେହିପରି ଦ୍ୱିତୀୟ କିସ୍ତିର ପଇସା ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ ଜାରି କରାଯାଏ। ଏହା ବ୍ୟତୀତ ତୃତୀୟ କିସ୍ତିର ପଇସା ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଚାଷୀଙ୍କ ଖାତାକୁ ଆସେ। ଅର୍ଥାତ୍‌, ଚଳିତ ମାସର ଶେଷ ଆଡ଼କୁ ଚାଷୀଙ୍କ ଖାତାକୁ ୧୧ ତମ କିସ୍ତିର ଟଙ୍କା ଟ୍ରାନ୍ସଫର ହୋଇଯିବ।

ଏମିତି ଚେକ୍‌ କରନ୍ତୁ ନିଜ ନାଁ:

୧. ପ୍ରଥମେ ପିଏମ୍‌ କିଷାନ୍‌ର ଅଫିସିଆଲ ୱେବ୍‌ସାଇଟ୍‌ https://pmkisan.gov.in/ କୁ ଯାଆନ୍ତୁ।

୨. ଏବେ ଏହାର ହୋମ୍‌ ପେଜ୍‌ରେ Farmers Corner ଚୟନ କରନ୍ତୁ।

୩. Farmers Corner ସେକ୍ସନ୍‌ ଭିତରେ Beneficiaries List ଉପରେ କ୍ଲିକ୍‌ କରନ୍ତୁ।

୪. ଏବେ ଡ୍ରପ୍‌ ଡାଉନ୍‌ ଲିଷ୍ଟରୁ ରାଜ୍ୟ, ଜିଲ୍ଲା, ଉପଜିଲ୍ଲା, ବ୍ଲକ୍‌ ଓ ଗାଁ ଚୟନ କରନ୍ତୁ।

୫. ଏହା ପରେ ଆପଣ ‘Get Report’ ଉପରେ କ୍ଲିକ୍‌ କରନ୍ତୁ।

୬. ଏହା ପରେ ଲାଭାର୍ଥୀଙ୍କ ପୂରା ତାଲିକା ସାମ୍ନାକୁ ଆସିବ। ଏଥିରେ ନିଜ ନାଁ ଚେକ୍‌ କରିପାରିବେ।

ଏମିତି ଚେକ୍‌ କରନ୍ତୁ କିସ୍ତିର ଷ୍ଟାଟସ୍‌:

୧. ଏଥିପାଇଁ ପ୍ରଥମେ ପିଏମ୍‌ କିଷାନ୍‌ର ୱେବ୍‌ସାଇଟ୍‌କୁ ଯାଆନ୍ତୁ।

୨. ଏବେ ଡାହାଣ ପଟେ ଫାର୍ମର୍ସ କର୍ଣ୍ଣରକୁ ଯାଆନ୍ତୁ।

୩. ଏହା ପରେ ବେନିଫିସିୟାରୀ ଷ୍ଟାଟସ୍‌ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ।

୪. ଏବେ ଆପଣଙ୍କ ସାମ୍ନାରେ ନୂଆ ପେଜ୍‌ ଖୋଲି ଯିବ।

୫. ଏଠାରେ ଆପଣ ନିଜ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦିଅନ୍ତୁ।

୬. ଏହା ପରେ ଆପଣଙ୍କୁ ନିଜ ଷ୍ଟାଟସ୍‌ର ପୂରା ସୂଚନା ମିଳିଯିବ।

Also Read: ଆମ୍ବ ମିଠା ନା ଖଟା! ଏହି ଉପାୟରେ କରନ୍ତୁ ଚେକ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.