ଆମ୍ବ ମିଠା ନା ଖଟା! ଏହି ଉପାୟରେ କରନ୍ତୁ ଚେକ୍‌

ଖରାଦିନର ଫଳ କଥା ଆସିଲେ, ସବୁଠୁ ପ୍ରଥମେ ମନକୁ ଆସେ ଆମ୍ବ କଥା। କିଛି ଲୋକ ତ ଆମ୍ବ ଖାଇବାକୁ କେବଳ ଖରାଦିନକୁ ଅପେକ୍ଷା କରିଥାନ୍ତି। ଏହି ଋତୁରେ ଆସୁଥିବା ଫଳ ଆମ୍ବ କେବଳ ଲୋକଙ୍କ ମୁଡ୍‌କୁ ଠିକ୍‌ କରେନି, ବରଂ ସ୍ୱାଦ ବି ବଢ଼ିଆ କରିଦିଏ। ଆମ୍ବ ବି ଅନେକ ପ୍ରକାରର ରହିଛି। କାହାକୁ ଦଶହରୀ ଆମ୍ବ ପସନ୍ଦ ତ ଆଉ କାହାକୁ ହିମସାଗର। ଏଥିସହ ବାଇଗଣ ପଲେଇ, ବାଦାମୀ, ସୁନ୍ଦରୀ, ଲାଟ୍‌ ସୁନ୍ଦରୀ, କେସର, ନୀଲମ୍‌ ଆମ୍ବ ଆଦିକୁ ବି ଲୋକମାନେ ବେଶ୍‌ ପସନ୍ଦ କରିଥାନ୍ତି। ଏସବୁ ଆମ୍ବ ନାଁ ଶୁଣିବା ମାତ୍ରେ ଲୋକଙ୍କ ପାଟିକୁ ପାଣି ଚାଲି ଆସେ।

କିନ୍ତୁ ପ୍ରାୟତଃ ଲୋକମାନେ ଆମ୍ବ କିଣିବା ବେଳେ କେତେକ ଭୁଲ କରି ବସନ୍ତି। ଯାହା ଫଳରେ ସେମାନଙ୍କୁ ମିଠା ବଦଳରେ ଖଟା ଆମ୍ବ ଖାଇବାକୁ ପଡ଼ିଥାଏ। ସାଧାରଣତଃ ଲୋକମାନେ ଆମ୍ବ ଖାଇବା ବେଳେ ମିଠା କେଉଁଟା ଖଟା କେଉଁଟା ଚିହ୍ନି ପାରିନଥାନ୍ତି। ଏଣୁ ମିଠା ବଦଳରେ ଖଟା ଆମ୍ବ କିଣି ଆଣିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ମିଠା ଓ ତାଜା ଆମ୍ବ ଚିହ୍ନିବାର କେତେକ ସହଜ ଟିପ୍ସ। ଏହି ଉପାୟରେ ଆପଣ ସହଜରେ ବଜାରରୁ ମିଠା ଆମ୍ବ କିଣି ଘରକୁ ଆଣିପାରିବେ।

mango

ଏମିତି ଚିହ୍ନନ୍ତୁ ମିଠା ଆମ୍ବ:

  • ମାର୍କେଟ୍‌କୁ ଆମ୍ବ କିଣିବାକୁ ଯିବା ବେଳେ ପ୍ରଥମେ ପତ୍ତା ଲଗାନ୍ତୁ ଆପଣ ବାଛୁଥିବା ଆମ୍ବ ପୁରୁଣା ନୁହେଁ ତ। ଏଥିପାଇଁ ଆମ୍ବର ଚୋପାକୁ ଲକ୍ଷ୍ୟ କରନ୍ତୁ। ଯଦି ଆମ୍ବର ଚୋପା ଶୁଖିଯାଇଥିବ କିମ୍ବା ଜାକି ହୋଇଯାଇଥିବ, ତେବେ ଆମ୍ବ ପୁରୁଣା। କିନ୍ତୁ ଯଦି ଆମ୍ବ ଚୋପା ସିଧା ଓ ହଳଦିଆ ଥିବ ତେବେ ଆମ୍ବ ପୂରା ଫ୍ରେସ୍‌ ଓ ତାଜା ଅଛି ବୋଲି ଜାଣନ୍ତୁ।
  • ବଜାରରୁ ଆମ୍ବ କିଣିବା ବେଳେ ଏଥିରେ କଳା ଦାଗ ଅଛି କି ନାହିଁ ଚେକ୍‌ କରନ୍ତୁ। ଯଦି କଳା ବିନ୍ଦୁ ବିନ୍ଦୁ ଦାଗ ଅଛି ତେବେ ସେ ଭଳି ଆମ୍ବକୁ ଆଣନ୍ତୁ ନାହିଁ। କାରଣ ଏହି ଆମ୍ବକୁ କାର୍ବାଇଡ୍‌ ଦେଇ ପଚା ଯାଇଥାଏ। ଯେଉଁ ଆମ୍ବ ପ୍ରାକୃତିକ ଭାବେ ପାଚିଥାଏ, ତାହାର ରଙ୍ଗରେ ଚମକ ଥାଏ।
  • ଆମ୍ବ କିଣିବା ବେଳେ ତାହାକୁ ଶୁଙ୍ଘି କି ବି ଚେକ୍‌ କରିପାରିବେ। ଯଦି ଆମ୍ବରୁ ବାସ୍ନା ଆସୁଛି ତେବେ ତାହା ସମ୍ପୂର୍ଣ୍ଣ ଭାବେ ପାଚିଯାଇଛି। ଏହା ଭଲ। କିନ୍ତୁ ଯଦି ବାସ୍ନାରେ ହାଲ୍‌କା ଆଲକହଲ ଗନ୍ଧ ଆସୁଛି, ତେବେ ବୁଝି ଯାଆନ୍ତୁ ଯେ ଆମ୍ବରେ କେମିକାଲ ମିଶିଛି।
  • କେବେ ବି ଅଧିକ ଟାଣ ଓ ଟାଇଟ୍‌ ଆମ୍ବ କିଣନ୍ତୁ ନାହିଁ। ଏହା ଭିତରୁ କଞ୍ଚା ଥାଇପାରେ। ଏଭଳି ସ୍ଥିତିରେ ଆମ୍ବ କିଣିବା ବେଳେ ତାହାକୁ ହାଲ୍‌କା ଦବାନ୍ତୁ। ଯଦି ଆମ୍ବ ନରମ ଅଛି ତେବେ ସେହି ଆମ୍ବକୁ କିଣନ୍ତୁ।

Also Read: ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ୍‌ ବନିଲେ ରୋଷେୟା, ସାଥୀ କ୍ରିକେଟର ସେୟାର କଲେ ଫଟୋ

You might also like