ଆନ୍ଧ୍ରରେ ଗଲା ଓଡିଆ ଶ୍ରମିକଙ୍କ ଜୀବନ, ଶବ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବାଉଁଶଗାଁରେ ଶୋକାକୂଳ ପରିବେଶ। ଆନ୍ଧ୍ରପ୍ରଦେଶର ଓ୍ବେଷ୍ଟ ଗୋଦାବରୀ ଜିଲ୍ଲା ପାଲକୁର ଗ୍ରାମରେ ବାଉଁଶଗାଁର ରମେଶ ସବରଙ୍କର ମୃତ୍ଯୁ ଘଟିଛି। ରମେଶ ଗତ ତିନିବର୍ଷ ହେବ ରାଜମେଣ୍ଡ୍ରୀକୁ ଜୀବିକା ପାଇଁ ଯାଇଥିଲେ। ଆନ୍ଧ୍ରରେ ପାଲକୁର ଗ୍ରାମରେ ଏକ ଚିଙ୍ଗୁଡି ଘେରୀରେ ଶ୍ରମିକ ଭାବେ କାମ କରୁଥିଲେ।

ଗତ ୧୩ ତାରିଖରେ ରମେଶ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ଯୁବରଣ କରିଥିଲେ। ରମେଶଙ୍କ ପରିବାର ବର୍ଗ ଗଜପତି ଜିଲ୍ଲା ପ୍ରଶାସନର ସାହାର୍ଯ୍ଯ ଲୋଡି କିଭଳି ଶବକୁ ନିଜ ଭିଟାମାଟିକୁ ଆଣିବେ ସେନେଇ ଗୁହାରୀ କରିଥିଲେ। ଯାହାକୁ ନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ବିଡିଓଙ୍କ ନେତୃତ୍ବରେ ଏକ ଟିମ୍ ବାଉଁଶଗାଁ ଗ୍ରାମକୁ ଯାଇ ରମେଶଙ୍କ ପରିବାର ବର୍ଗଙ୍କ ସହ କଥା ହେବା ସହ ଶ୍ରମ ବିଭାଗର ମଧ୍ଯସ୍ଥତାରେ ଆନ୍ଧ୍ରରୁ ମୃତ ଓଡିଆ ଶ୍ରମିକ ରମେଶଙ୍କ ଶବ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

You might also like