ରଙ୍ଗ ନମ୍ବରରୁ ପ୍ରେମ କରି ପୂରା ଫସିଛନ୍ତି ଜଣେ ଯୁବକ, ପ୍ରେମିକାକୁ ବାହା ହୋଇଥିଲେ କିନ୍ତୁ ସେ ଝିଅ ନୁହେଁ ଥିଲା ପୁଅ

ବାସୁଦେବପୁର (କେନ୍ୟୁଜ) : ଢ଼ୋଲ ଭିତରୁ ବାହାରିଲା ମୂଷା, ଏ କେଉଁ ଛୋଟିଆ ମୂଷା ନୁହେଁ ବିରାଟ ବଡ ମୂଷା। ଆମେ ଯେଉଁ ଖବର ଆପଣଙ୍କୁ ଜଣାଇବାକୁ ଯାଉଛୁ ନା ଆପଣ କେବେ ଆଗରୁ ଦେଖିଥିବେ ନା ଶୁଣିିଥିବେ। କିନ୍ତୁ ତାପୂର୍ବରୁ ଆମେ ଆପଣଙ୍କୁ କହିବାକୁ ନିଶ୍ଚୟ ଚାହିଁବୁ ଯେ ଯଦି ଆପଣଙ୍କର ନିକଟରେ ବାହାଘର ହେବାର ଅଛି କିମ୍ବା ବାହାଘର ପାଇଁ କନିଆଁ ଖୋଜୁଛନ୍ତି ତାହେଲେ ଯଥେଷ୍ଟ ସାବଧାନରେ ରୁହନ୍ତୁ। ଆଉ ଯଦି ସୁନ୍ଦର ଛପା ଦେଖି ପ୍ରେମ କରୁଛନ୍ତି କିମ୍ବା ସୋସିଆଲ ମିଡିଆରେ ପ୍ରେମ କରିବସୁଛନ୍ତି ସେମାନେ ବୋଧହୁଏ ଆମର ଏ ଖବର ଦେଖିବା ପରେ ରଙ୍ଗ ନମ୍ବରରେ ଆଉ କାହା ସହ ଗପିବା ଆଉ ପ୍ରେମ କରିବା ଭୁଲି ହିଁ ଯିବେ। ତେବେ ବିଶ୍ୱାସ କରନ୍ତୁ ଏ ଖବର ବିଷୟରେ ପୂରା ଜାଣିବା ପରେ ଆପଣଙ୍କ ମୁଣ୍ଡ ଏକଦମ୍‌ ଗୋଲ ହୋଇଯିବ। ଆପଣ କହିବେ ଆରେ ବାପରେ। ସପ ଉପରେ ଚୁଡି ଶାଢ଼ୀ ଆଉ କିଛି ଗହଣା ଦେଖଉଥିବା ଏ ହେଉଛନ୍ତି ମେଘନା। ନିଜ ପ୍ରେମିକର ହାତ ଧରି ପଳାଇ ଆସି କନିଆଁ ସାଜିଲେ। ନୂଆ ନୂଆ ବାହା ହୋଇଥିଲେ କିନ୍ତୁ ସକାଳୁ ସବୁ ଫସର ଫାଟିଗଲା ସେତେବେଳେ ଯେତେବେଳେ ଜଣାପଡିଲା କନିଆଁ ସାଜିଥିବା ମେଘନା ବାସ୍ତବରେ ଥିଲେ ମେଘନାଦ। ହଁ ଆଜ୍ଞା ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁନି। ଚାଲନ୍ତୁ ପୂରା କଥା ଜାଣିବା।

ପଶ୍ଚିମବଙ୍ଗ ଚବିଶପର୍ଗଣାର ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡା ଜମ୍ବୁ ମେରାଇନ୍ ଥାନା ରାମନଗର ଗାଁର ବିଶ୍ୱନାଥ ମଣ୍ଡଳଙ୍କ ପୁଅ ମେଘନାଦ ମଣ୍ଡଳଙ୍କର ରଙ୍ଗ ନମ୍ବରରେ ହେଲା ପ୍ରେମ। ମାତ୍ର ୧୫ ଦିନରେ ମୋବାଇଲ ରଙ୍ଗ ନମ୍ବରରୁ ଆରମ୍ଭ ହୋଇଗଲା ପ୍ରେମ ସମ୍ପର୍କ। ପରେ କଥାବାର୍ତ୍ତା ବଢ଼ିବା ପରେ ଉଭୟ ଉଭୟଙ୍କୁ ସୁନ୍ଦର ସୁନ୍ଦର ଫଟୋ ପଠାଇବା ସହିତ ବିବାହ କରିବାକୁ ଦେଲେ ପ୍ରତିଶୃତି। ଆଲୋକ କୁମାର ମିସ୍ତ୍ରୀ ଓ ଚ୍ଛଦ୍ମବେଶୀ ଝିଅ ମେଘନା ମଣ୍ଡଳ ବିବାହ କରିବା ପାଇଁ ପ୍ରତିଶୃତି ଦେବା ପରେ ୨୪ ତାରିଖ ଦିନ ମେଘନା ଘରୁ ପଳାଇ ଆସି ଚଣ୍ଡିଖୋଲରେ ପହଁଚିଥିଲେ। ଏପଟେ ଆଲୋକ ବି ପ୍ରେମରେ ଏତେ ଉବୁଟୁବୁ ହୋଇଯାଇଛନ୍ତି ଯେ ପଶ୍ଚିମବଙ୍ଗରୁ ଧାଇଁ ଆସି ଚଣ୍ଡିଖୋଲରେ ପହଁଚି ମେଘନାକୁ ଅପେକ୍ଷା କରିଥିଲା। ପରେ ଉଭୟ କଥାବାର୍ତ୍ତା ହେଲେ ଘରୁ ତ ପଳିଆସିଲେ ଏବେ ରହିବେ କେଉଁଠି। ଆଲୋଚନା କରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଥାନା ଅଂଚଳର ଆଲୋକଙ୍କ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବାର ବ୍ୟବସ୍ଥା କରି ୨୫ ତାରିଖ ରାତିରେ କଶିଆରେ ପହଁଚିଥିଲେ ଉଭୟ।

ନୂଆବୋହୂ ଘରକୁ ଆସୁଛି ଜାଣି ଆଲୋକର ମାମୁଁ ପୁଅ ଭାଇ ଓ ଭାଉଜ ବୋହୁକୁ ବନ୍ଦାପନା କରି ଘର ଭିତରକୁ ପାଛୋଟି ନେଇଥିଲେ । ବୋହୁ ମେଘନା ହାତରେ ମେହେନ୍ଦି ସହିତ ନାଲି ରଂଗର ମୁଠା ମୁଠା ଚୁଡି ବି ଥିଲା। ପରେ ଆଲୋକ ମେଘନାଙ୍କୁ ସିନ୍ଦୁର ପିନ୍ଧାଇ ବିବାହ ବି କଲେ। ମୁଣ୍ଡରେ ହାତେ ଲମ୍ବାର ଓଡଣି ପକାଇ ଘରେ ପଶିଥିଲେ ଛଦ୍ମବେଶୀ ନବବଧୂ ମେଘନା। ଘର ଭିତରେ ଆନନ୍ଦର ଲହରୀ ଖେଳିଯାଇଥିଲା । ସଂନ୍ଧ୍ୟାରେ ଏହି ଅବସରରେ ଏକ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପୁଅ ବୋହୁକୁ ଦେଖିବା ପାଇଁ ଗାଁର ସ୍ତ୍ରୀ ଲୋକମାନଙ୍କ ଲମ୍ବା ଧାଡି ଲାଗିଲା। ହେଲେ ସ୍ତ୍ରୀ ଲୋକଙ୍କ ଏହି ଲମ୍ବା ଧାଡି ମଧ୍ୟରେ ଛଦ୍ମବେଶୀ ମେଘନାର ଜଣେ ସମ୍ପର୍କୀୟ ମଧ୍ୟ ତାକୁ ଦେଖିବାକୁ ଆସିଥିଲେ ।

ସେହିଠାରୁ ‘ଢୋଲ ଭିତରୁ ବାହାରିଲା ମୁଷା’ଭଳି ଖୋଲିଗଲା ମେଘନାଥରୁ ମେଘନା ସାଜିଥିବା ନବବଧୁର ଗୁମର। କନିଆଁ ଦେଖିବାକୁ ଆସିଥିବା ଗାଁର ସ୍ତ୍ରୀ ଲୋକଙ୍କ ମଧ୍ୟରୁ ସବିତା ମଣ୍ଡଳ ନାମକ ଜଣେ ବୃଦ୍ଧା ମେଘନାକୁ ଚିହ୍ନିବା ପରେ ଗାଁରେ କହିଥିଲା କି ସେ ଝିଅ ନୁହେଁ ସେ ପୁଅ । ସେ ମୋର ଭଣଜା। ପରେ ସବିତା ମେଘନା ପରିବାରର ଲୋକଙ୍କୁ ମଧ୍ୟ ଡକାଇ ପଠାଇଥିଲେ। ମେଘନା କାନରେ ଏକଥା ବାଜିବା ପରେ କଥାକୁ ଘୋଡାଇବାକୁ ଚେଷ୍ଟା କରିଥିଲା ମେଘନା। କଥାବାର୍ତ୍ତା ଚାଲିଚଳନ ସବୁ ଝିଅ ପରି କରୁଥାଏ । ଏପରିକି ଝିଅଙ୍କ ସମସ୍ତ ବସ୍ତ୍ର ମଧ୍ୟ ପିନ୍ଧିଥିଲା।କିନ୍ତୁ ଏତେ ବଡ ଧୋକାରେ ରଖି ଗାଁ ଲୋକଙ୍କ ଇମୋସନ୍‌ ସହ ଖେଳିଥିବା ମେଘନାକୁ ଗାଁଲୋକମାନେ ମାଡ ମାରିବା ସହ ସେ ପିନ୍ଧିଥିବା ପୋଷାକ ଖୋଲିଦେଲେ। ଆଉ ସତକୁ ସତ ସେ ମେଘନା ନଥିଲା ଥିଲା ମେଘନାଦ।

ଗ୍ରାମବାସୀ ମାନେ ଏପରି ଆଉ କୌଣସି ପୁଅଙ୍କ ସହିତ ନକରିବ ବୋଲି କହି ମେଘନାଦ ରଖିଥିବା ଲମ୍ବା ଚୁଟିକୁ କାଟିଦେଲେ। ପରେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ମେଘନାଦର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଆଉ ମେଘନାଦର ପରିବାର ଲୋକ ପହଁଚି ମେଘନାଦକୁ ଘରକୁ ନେଇଯାଇଥିବା ସୂଚନା ମିଳିଛି। ତେଣୁ ଚକିତ ନହୋଇ ସାବଧାନ ହୁଅନ୍ତୁ। ନଚେତ ଆପଣ ବି କେତେବେଳେ ଏପରି ରଙ୍ଗ ନମ୍ବର ଓ ସୋସିଆଲ ମିଡିଆ ପ୍ରେମରେ ଉବୁଟୁବୁ ହୋଇ ଧୋକା ଖାଇବେ। ବାସନ୍ତୀ ବୋଲି ଭାବୁଥିବା ପ୍ରେମିକା ବାସର ରାତିରେ ବାହାରିବ ବସନ୍ତ। ପ୍ରେମ କରନ୍ତୁ କିନ୍ତୁ ଏପରି ଅନ୍ଧ ଭଳି ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.