ଯାଜପୁର: ଚକଲେଟର ଲୋଭ ଦେଖାଇ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଥାନା ଅଂଚଳରେ ୫ ବର୍ଷରୁ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଘଟଣାର ଅଭିଯୁକ୍ତ ବିହାରୀ ପଂଚାୟତ ଅଞ୍ଚଳର ପ୍ରଫୁଲ୍ଲ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ରାତି ସମୟରେ ଶିଶୁ କନ୍ୟା ଜଣକ ଘର ବାରଣ୍ଡାରେ ଠିଆ ହୋଇଥିବା ସମୟରେ ପ୍ରଫୁଲ୍ଲ ତାକୁ ଚକୋଲେଟ ଲୋଭ ଦେଖାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଶିଶୁ ଜଣକ ଚିତ୍କାର କରିବା ଫଳରେ ଅଭିଯୁକ୍ତ ଜଣକ ଛାଡି ଫେରାର ହୋଇଯାଇଥିଲେ । ଶିଶୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଖି କେନ୍ଦ୍ରରେ ରଖାଯାଇଛି।  ସେପଟେ ଅଭିଯୁକ୍ତର ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଡାକ୍ତରୀମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.