୪୦ ଫୁଟ ଗଭୀର କୂଅରୁ ଉଦ୍ଧାର ହେଲେ ବ୍ଯକ୍ତି, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
ଆଠଗଡ(କେନ୍ୟୁଜ୍): ଗତକାଲି ପାଖାପଖି ଦିନ ୩ଟା ସମୟରେ ଆଠଗଡ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ୪୫ ବର୍ଷିୟ ଜଣେ ବ୍ଯକ୍ତିଙ୍କୁ ଉଦ୍ଧାର କରାଯାଇଛି। କଟକ ଜିଳ୍ଲା ଆଠଗଡ ଥାନା ଅନ୍ତର୍ଗତ ରାଧାଦରସାନିପୁରରେ ଘଟିଛି ଏହି ଘଟଣା।
ଉକ୍ତ ଗାଁର ଭାରତ ଚନ୍ଦ୍ର ପ୍ରଧାନ ନ.ମେକ ଜଣେ ବ୍ୟକ୍ତି ୪୦ ଫୁଟ ଗଭୀର ଏକ କୂଅରେ ପଡିଯାଇଥିଲେ। ଯାହା ଜାଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉକ୍ତ ବ୍ଯକ୍ତିଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିବା ଜଣାପଡିଛି।