ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ସନ୍ତୋଷ ପଲେଇକୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା (କେନ୍ୟୁଜ୍‌): ଖୋର୍ଦ୍ଧା ନିରାକାରପୁର ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସନ୍ତୋଷ ପଲେଇକୁ ଆଜୀବନ କାରାଦଣ୍ଡ । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରଜାଜ୍‌ ଦଣ୍ଡ ଶୁଣାଇବା ସହ ୧୭ ହଜାର ଟଙ୍କା ଜରିମାନା କରିଛନ୍ତି ।

୨୦୧୪ରେ ଭଗବାନ ଜେନାଙ୍କ ପତ୍ନୀ ସବିତା ଜେନାଙ୍କୁ ଲୋନ କରେଇଦେବା କହି ସନ୍ତୋଷ କୁମାର ପଲେଇ ଫୋନ କରି ଡାକିଥିଲେ । ଏହାପରେ ସନ୍ତୋଷଙ୍କ ପାଖକୁ ଯାଇ ସବିତା କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ହେଲେ ସବିତାଙ୍କ ଉଲଗ୍ନ ମୃତଦେହ ବାସୁଦେବପୁର କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଥିଲା । ଘଟଣାରେ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଥିଲା ନିରାକାରପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.