ଅବ୍ୟବସ୍ଥା ଘେରରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ, ଦରମା ଦାବିରେ ଠିକା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ମୟୂରଭଞ୍ଜ(କେନ୍ୟୁଜ୍):  ଅବ୍ୟବସ୍ଥା ଘେରରେ ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ। ବକେୟା ଦରମା ପ୍ରଦାନ ଦାବିରେ ଦୁଇ ଦିନ ହେଲା ଆନ୍ଦୋଳନ କରୁଛନ୍ତି ଠିକା ସଫେଇ କର୍ମଚାରୀ । ଆଜକୁ ୫ ମାସ ହେଲା ଜିଲ୍ଲାରେ ନିର୍ମଳ ଯୋଜନାରେ ଏଜେନ୍ସି ନାମକ ଠିକା ସଂସ୍ଥାକୁ ସମସ୍ତ ମେଡିକାଲର ସଫେଇ କାର୍ଯ୍ୟ ଯୋଗାଇଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଦରମା ମିଳିନାହିଁ। ଏନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପରିସରରେ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି କର୍ମଚାରୀ ।

 

Leave A Reply

Your email address will not be published.