Below header

ପବିତ୍ର ମହାଳୟାରେ ଯାଜପୁର ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର ଟାଉନ୍(କେନ୍ୟୁଜ୍): ପବିତ୍ର ମହାଳୟା ନେଇ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଦୁରଦୁରାନ୍ତରକୁ ଶ୍ରଦ୍ଧାଳୁ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି ଲୋକେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିରଜା ମନ୍ଦିର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ସକାଳୁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରି ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି । ଏଭଳି ତିଥିରେ ପିଣ୍ଡଦାନ କରି ଶ୍ରଦ୍ଧାଳୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ମହାଳୟା ତିଥିରେ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପ୍ରବଳ ଭିଡକୁ ଲକ୍ଷ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.