କରୀନାଙ୍କ ବେକରେ ଥିବା ଏହି ସ୍ନେକ ଚୋକର ଦାମ ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍‌

ମୁମ୍ବାଇ: ବଲିଉଡ୍ର  ହଟ୍ ମମ୍ ଅର୍ଥାତ୍‌ ବେବୋ କରୀନା କପୁର ଖାନ୍ ପୁଣି ଚର୍ଚ୍ଚାରେ। ତାହା ପୁଣି ନିଜ ଗଳାର ଚୋକର ପାଇଁ। ତାଙ୍କର ଗଳାରେ ଥିବା ଏହି ଡାଇମଣ୍ଡ ସ୍ନେକ ଚୋକର ସମସ୍ତଙ୍କୁ ଦିଓ୍ଵାନା କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସ୍ନେକ ଚୋକର ଦାମ ଶୁଣିଲେ ଆପଣଙ୍କର ମଧ୍ୟ ହୋସ୍‌ ଉଡିଯିବ। ଏହାର ଦାମ ମାତ୍ର ୩୮ ଲକ୍ଷ ଟଙ୍କା। ଯାହା କୌଣସି ଲକ୍ୟୁଜୁରୀ କାର ମୂଲ୍ୟ ଠାରୁ ମଧ୍ୟ ଅଧିକ।

564

ସେ ନିଜ ଅଭିନୟ ଓ ବୋଲ୍ଡ ଅନ୍ଦାଜ୍ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। କରୀନା ଏବେ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଜଜ୍ ଅଛନ୍ତି। ଶୋ’ରେ ତାଙ୍କ ଫ୍ୟାଶନ୍ ଜଲୱା ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି। ସବୁଥର ପରି ଶୋ’ର ଗ୍ରାଣ୍ଡଫିନାଲେରେ ମଧ୍ୟ ତାଙ୍କ ଷ୍ଟାଇଲ୍ ଥିଲା ଏକଦମ୍ ହଟ୍କେ। ଫିନାଲେ ଏପିସୋଡ୍ରେ କରୀନାଙ୍କ ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ନିଜ ଗର୍ଜିୟସ୍ ଲୁକରେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି ବେବୋ। ତାଙ୍କ ଲୁକ୍ରେ ସବୁଠୁ ବେଶୀ ଦୃଷ୍ଟି ଆକର୍ଷଣ କରୁଛି ତାଙ୍କର ଡାଇମଣ୍ଡ ସ୍ନେକ୍ ଚୋକର୍। କରୀନାଙ୍କ ଏହି ନେକ ପିସକୁ ନେଇ ଏବେ ପୂରା ବି-ଟାଉନରେ ଚର୍ଚ୍ଚା। ସେ ଲାଇଟ୍ ପିଙ୍କ୍ କଲର୍ର ଏକ ବଲୁନ୍ ସ୍ଲିଭ୍ ବଡି ହ୍ୟାଂଗିଙ୍ଗ୍ ଡ୍ରେସ୍ ପିନ୍ଧିଛନ୍ତି। ଏହି ଡ୍ରେସ୍ ସହ ତାଙ୍କ ସ୍ନେକ୍ ଚୋକର୍ ବେଶ୍ କ୍ଲାସିକ ଲୁକ୍ ଦେଉଛି।

ଏହାସହ ପଢ଼ନ୍ତୁ ; ପ୍ୟାରିସ୍‌ ଫ୍ୟାଶନ୍‌ ଓ୍ଵିକ୍‌-୨୦୧୯ରେ ଗ୍ଲାମରସ୍‌ ଅନ୍ଦାଜରେ ନଜର ଆସିଲେ ଦୀପିକା, ଭାଇରାଲ ହେଉଛି ଫଟୋ

ସୂଚନାଯୋଗ୍ୟ, କରୀନା ଆଗକୁ ରାଜ୍ ମେହେତାଙ୍କ ଫିଲ୍ମ ‘ଗୁଡ୍ ନ୍ୟଜ୍’ରେ ନଜର ଆସିବେ। ଫିଲ୍ମରେ କରୀନାଙ୍କ ବ୍ୟତୀତ ଅକ୍ଷୟ କୁମାର, କିୟାରା ଆଡଭାନୀ ଓ ଦଲଜିତ୍ ଦୋସାଞ୍ଜଙ୍କୁ ମଧ୍ୟ ଦେଖିବାକୁମିଳିବ। ଏହା ଡିସେମ୍ବର ୨୭ରେ ପରଦା ଉପରକୁ ଆସିବ। ଏହି ଫିଲ୍ମ ବ୍ୟତୀତ କରୀନା ଆଗକୁ ଆହୁରି ୨ଟି ଫିଲ୍ମ ‘ଇଂରାଜୀ ମିଡିୟମ୍’ ଓ ‘ଲାଲ୍ ସିଂହ ଚଡା’ରେ ନିଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.