Below header

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆସିକା ବ୍ଳକର ବିଭିନ୍ନ ଅଞ୍ଚଳରେ ବୁଲିଲା ଅହିଂସା ରଥ

ଗଞ୍ଜାମ(କେନ୍ୟୁଜ୍): ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଳା ଆସିକା ବ୍ଳକର ବିଭିନ୍ନ ଅଞ୍ଚଳରେ ବୁଲିଲା ଅହିଂସା ରଥ । ବିଶ୍ୱଶାନ୍ତି ଓ ପ୍ରଗତି ପାଇଁ ବାହାରିଥିବା ଏହି ଅହିଂସା ରଥ ସଚେତନତା ବାର୍ତ୍ତା ବାଣ୍ଟୁଛି । ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିକଳ୍ପିତ କାର୍ଯ୍ୟକ୍ରମ ପାଇଁ ଗାଁ ଗାଁରେ ବୁଲି ଅହିଂସାର ବାର୍ତ୍ତା ଦେଉଛି । ଏହାସହ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆସିକା ବ୍ଳକ କେନ୍ଦୁପଦର ପଞ୍ଚାୟତରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶହଶହ ଜନସାଧାରଣ ଓ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଆସିକା ବିଧାୟକା ମଞ୍ଜୁଳା ସ୍ୱାଇଁ, ଆସିକା ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.