Below header

ବଳି ପଡ଼ିବାକୁ ଯାଉଛି ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ପିଲାଦିନର ସ୍କୁଲ୍, ସରକାରଙ୍କ ନିଷ୍ପତ୍ତିରୁ ଏହି ଐତିହାସିକ ବିଦ୍ଯାପୀଠକୁ ବାଦ୍ ଦେବାକୁ ଦାବି

ସାଲେପୁର: ସ୍କୁଲ ବନ୍ଦ କରିବା ଜିଦରେ ଅଟଳ ସରକାର, ହେଲେ ଏଭଳି ଜିଦ ଆଗରେ ବଳି ପଡ଼ିବାକୁ ଯାଉଛି ବହୁ ଐତିହାସିକ ବିଦ୍ୟାଳୟ। ଏଭଳି ନିଷ୍ପତ୍ତିରୁ ବାଦ ପଡ଼ିନି ଉତ୍କଳ ଗୋୖରବ ମଧୁସୂଦନ ଦାସ, ପିଲା ଦିନେ ପାଠ ପଢୁଥିବା ନିଜ ଗାଁ ସ୍କୁଲ। ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

୧୧୫ ବର୍ଷର ସ୍ମୁତି ବହନ କରୁଥିବା ସତ୍ୟଭାମାପୁର ବାଳକ ବିଦ୍ୟାଳୟ । ଯେଉଁଠି ଦିନେ ମଧୁବାବୁ ପାଠ ପଢ଼ି ନିଜ ଜାତି ଓ ମାଟିର ଟେକ ରଖିଥିଲେ । ଯେଉଁ ବିଦ୍ୟାଳୟ ଅନେକ ମଣିଷ ତିଆରି କରିଥିବା ସହ ଏହାର ପ୍ରତିଟି ମାଟିରେ ରହିଛି ମଧୁବାବୁଙ୍କ ସ୍ମୁତି । ଆଜି ସେହି ଅନୁଷ୍ଠାନ ମାଟିରେ ମିଶିବାକୁ ଯାଉଛି ।

୧୬ ରୁ ୧୭ ଜଣ ପିଲା ଏବେ ଏହି ବିଦ୍ୟାଳୟରେ ପଢୁଥିବା ବେଳେ ୨୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ସରକାର ବନ୍ଦ କରିବାକୁ କରାଯାଇଛି । ତେବେ ଏହି ବିଦ୍ୟାଳୟର ସ୍ଥାପତ୍ୱକୁ ନେଇ ଉଠିଛି ପ୍ରଶ୍ନବାଚୀ । ମଧୁ ମାଟିର ଏହି ପୂରାତନ ବିଦ୍ୟାଳୟ ବନ୍ଦକୁ ନେଇ ବିଭିନ୍ନ ମହଲରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ଓଡିଶା ଐତିହ୍ୟର ସ୍ୱାଭିମାନ ସହ ଜଡ଼ିତ ଏହି ବିଦ୍ୟାଳୟକୁ ବନ୍ଦ କରିବା ପ୍ରକ୍ରିୟାରୁ ବାଦ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.