କୁକୁରଙ୍କ ସହିତ ଖେଳୁଥିବାବେଳେ ଆହତ ହେଲେ ଜୋ ବାଇଡେନ୍, ଆରୋଗ୍ୟ କାମନା କଲେ ଟ୍ରମ୍ପ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହତ ହେଲେ ଜୋ ବାଇଡେନ୍। ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଥିବା ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆହତ୍ ହୋଇଛନ୍ତି । ତାହା ପୁଣି କୁକୁର ସହିତ ଖେଳି କରି । ବାଇଡେନଙ୍କ ପାଖରେ ଦୁଇଟି କୁକୁର ରହିଛି। ଅଘଟଣ ଦିନ ବାଇଡେନ୍ ନିଜ ଜର୍ମାନ୍ ସେଫର୍ଡ କୁକୁର ‘ମେଜର’ ସହିତ ଖେଳୁଥିଲେ।

କୁକୁର ସହିତ ଖେଳୁଥିବାବେଳେ ସେ ଆହତ ହୋଇଥିଲେ ଯେଉଁଥିରେ ତାଙ୍କ ଗୋଇଠି ମଚକି ଯାଇଥିଲା। ବାଇଡେନଙ୍କ ସ୍ୱାସ୍ଥ୍ୟ ଉପରେ ବୟାନ ରଖି ତାଙ୍କ କାର୍ଯ୍ୟାଳୟ କହିଛି ଯେ ଏହି ଘଟଣାରେ ତାଙ୍କର କୌଣସି ବି ଗଣ୍ଠିରେ କ୍ଷତି ପହଁଚିନାହିଁ। ତେବେ ପରାଜୟକୁ ସ୍ୱୀକାର କରୁନଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏହି ଘଟଣାରେ ବାଇଡେନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

bidenବାଇଡେନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୭୮ ବର୍ଷିୟ ବାଇଡେନ ଏକ୍ସ-ରେ ଏବଂ ସିଟି ସ୍କାନ ପାଇଁ ଅର୍ଥପେଡିକ ପାଖକୁ ଯାଇଥିଲେ। ତେବେ ଏକ୍ସ-ରେ ରିପୋର୍ଟରୁ ଆସ୍ୱସ୍ତିକର ଖବର ମିଳିଛି । ଅର୍ଥାତ ବାଇଡେନ୍‌ଙ୍କ ଗୋଡ଼ରେ କୌଣସି ପ୍ରକାର ଫ୍ରାକଚର ହୋଇନି। କିନ୍ତୁ ଏହାକୁ ନେଇ ଅଧିକ ଚିକିତ୍ସା ମଧ୍ୟ କରାଯିବ।

୩ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇବା ପରେ ବାଇଡେନ ହ୍ଵାଇଟ୍ ହାଉସର ସବୁଠାରୁ ବୟଷ୍କ ବ୍ୟକ୍ତି ଅଟନ୍ତି। ତେଣୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ରଖିବାକୁ ହେବ। ସୂଚନା ମୁତାବକ ୭୮ ବର୍ଷୀୟ ବାଇଡେନ୍ ନିଜ ପୋଷା କୁକୁର ସହିତ ଖେଳୁଥିବା ସମୟରେ ତଳେ ପଡିଗଲେ। ଯାହାପରେ ନିୟୁର୍କର ବିଷେଶଜ୍ଞଙ୍କ ଠାରେ ଘଣ୍ଟା ଘଣ୍ଟା ଧରି ଚିକତ୍ସା କରାଗଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆସନ୍ତା ୨୦ ଜାନୁୟାରୀରେ ରାଷ୍ଟ୍ରପତି ଶପଥ ନେବେ ଜୋ ବାଇଡେନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.