ମୁହାଁମୁହିଁ ପିଟି ହେଲା ଦୁଇଟି ବାଇକ୍‌: ଦୁର୍ଘଟଣାରେ ୨ମୃତ ଓ ୩ଆହତ

ମୋହନା : ଗଜପତି ଜ଼ିଲ୍ଲା ମୋହନା ଅଡବା ଥାନା ଦାମାଦୁଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଏଥିରେ ଦୁଇ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି l ମୃତକ ମାନେ ହେଲେ ଅଡବା ଥାନା ଦାମାଦୁଆର ସିନୁ ନାୟକ ଏବଂ ଆର.ଉଦୟଗିରି ଛେଳିଗଡ଼ର ରେଗାମସନ ବୀର।

ACCI-2

ଅନ୍ଯପଟେ, ଆହତମାନେ ହେଉଛନ୍ତି ଦାମାଦୁଆର ସପିନ ମଲ୍ଲିକ, ସୁମିତ ମଲ୍ଲିକ ଏବଂ ଛେଳିଗଡ଼ର ମୃତ ରେଗାମସନଙ୍କ ପିତା ଅଶ୍ଵର୍ଣବୀର l ଖବର ପାଇ ଅଡବା ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ଗାଡିକୁ ଜବତ କରିବା ସହ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.