ପୁଣି କଟକରୁ ନକଲି ଘିଅ କାରଖାନା ଠାବ: ଦାମୀ ଲୋଗୋ, ଭେଜାଲ ସାମଗ୍ରୀ ଜବତ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳ କଟକ। ଦାମୀ ଲୋଗୋ, ଭେଜାଲ ଘିଅ। ପୁଣି ନକଲି ଘିଅ କାରଖାନା ଠାବ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଆଉ ଏକ ନକଲି ଫ୍ୟାକ୍ଟ୍ରି ଠାବ କରାଯାଇଛି। ସୁବାସ ନାମକ କାରଖାନାରେ ଚଢାଉ ବେଳେ ଘିଅ ସହ ଘିଅ ତିଆରି ସାମଗ୍ରୀ ଜବତ ହୋଇଛି।

ଘିଅ ପ୍ରସ୍ତୁତରେ ଲାଗୁଥିବା କେମିକାଲ୍‌ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଜବତ ହୋଇଛି ବହୁ ନାମିଦାମୀ କମ୍ପାନୀର ଲୋଗୋ। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ଆର୍ଥିକ କାରବାର ନେଇ ତଦନ୍ତ କରାଯାଉଥିବା କହିଛନ୍ତି କଟକ ଡିସିପି। ଜବତ ସାମଗ୍ରୀର ମୂଲ୍ୟ ୧ କୋଟିରୁ ଅଧିକ ହେବ। ସିଏମ୍‌ସି ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ମଧ୍ୟ ରେଡ୍‌ରେ ସାମିଲ ଥିଲେ।

ଗତ କିଛି ଦିନ ଧରି କଟକ ସହରର ବିଭିନ୍ନ ଅଞ୍ଚଳରୁ ଗୋଟିଏ ପରେ ନକଲି କାରଖାନା ଠାବ କରାଯାଉଛି। ଗତ ୩ ଦିନରେ ୩ଟି ନକଲି ସାମଗ୍ରୀ ତିଆରି କାରଖାନା ଠାବ ହେଲାଣି। ଗତ ୨ ମାସ ଭିତରେ ୧୪ଟି ସ୍ଥାନରେ ରେଡ୍‌ କରାଯାଇ ୧୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍‌ ପୋଲିସ। ଜବତ ସାମଗ୍ରୀର ମୂଲ୍ୟ ସାଢେ ୪ କୋଟିରୁ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.