Below header

ଖୁବଶୀଘ୍ର ଆସୁଛି ‘ଅପନେ’ର ସିକ୍ବେଲ, ଏକାଠି ନଜର ଆସିବେ ଧର୍ମେନ୍ଦ୍ରଙ୍କ ତିନି ପିଢି

ବଲିଉଡରେ ବେଶ ଲୋକପ୍ରିୟ ଅଭିନେତା ଭାବେ ଜଣାଶୁଣା ଧର୍ମେନ୍ଦ୍ର। ୨୦୦୭ରେ ଆସିଥିବା ହିଟ୍ ଫିଲ୍ମ ‘ଅପନେ’ ର ସିକ୍ବେଲ ଖୁବଶୀଘ୍ର ହେବ ବୋଲି ଘୋଷଣା କରିଛନ୍ତି। ଯେଉଁଥିରେ ତାଙ୍କ ସହିତ ସନି ଦେୱଲ, ବବି ଦେୱଲ ଏବଂ ନାତି କରନ ଦେୱଲ ମଧ୍ୟ ନଜର ଆସିବେ। ତିନିଟି ଯାକ ପିଢିର କଳାକାରଙ୍କୁ ଏହି ଫିଲ୍ମରେ ଦେଖିପାରିବେ ଦର୍ଶକେ।

ଫିଲ୍ମ ‘ଗଦର: ଏକ ପ୍ରେମ କଥା’ର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ଅପନେ’ରେ ଧର୍ମେନ୍ଦ୍ର ହତାଶପୂର୍ବ ବକ୍ସିଂ ଖେଳାଳି ଭାବେ ନଜର ଆସିଥିଲେ। ଯିଏକି ନିଜ ପୁଅ ଜରିଆରେ ନିଜ କ୍ଯାରିଅରରେ ହରାଇଥିବା ସମ୍ମାନଙ୍କୁ ପୁଣିଥରେ ପାଇବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ଧର୍ମେନ୍ଦ୍ର ନିଜର ଟ୍ବିଟର୍ ପେଜରେ ଏକ କ୍ଲିକ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ଭଗବାନଙ୍କ ଦୟାରୁ , ଆଉ ଆପଣଙ୍କ ମାନଙ୍କୁ ପ୍ରାର୍ଥନା ଯୋଗୁଁ ଆମେ ଅପନେ-୨ କରିବାକୁ ନିଷ୍ପତ୍ତି ନେଇଛୁ’।


ଆଗାମୀ ବର୍ଷ ପରଦାରେ ନଜର ଆସିପାରେ ‘ଅପନେ-୨’। ଏହି ନୂଆ ଫିଲ୍ମକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.