ଶବର କଣ ଜାତି ଅଛି କି? ସଭ୍ୟ ଶିକ୍ଷିତ ସମାଜକୁ ପ୍ରଶ୍ନ ପଚାରୁଛି ତଅପୋଇ

ରାଜନଗର (କେନ୍ୟୁଜ) : ଜାତି ପ୍ରଥାର ଲକ୍ଷ୍ମଣ ରେଖାକୁ ଡେଇଁ ପାରି ନାହିଁ ଆଜିର ସଭ୍ୟ ଶିକ୍ଷିତ ସମାଜ । ନିଜକୁ ଯେତେ ଆଧୁନିକ ବୋଲି ଦାବି କରୁଥିଲେ ମଧ୍ୟ ମଣିଷ ସମାଜରେ ଆଜିବି ଜାତି ପ୍ରଥାଭଳି ଘୃଣ୍ୟ ପରମ୍ପରା ପୂରାପୂରି ଲୋପ ପାଇ ପାରିନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର କଣ୍ଡିରା ଗାଁରେ । ଏହି ଗାଁର ଅଜୟ ପଲେଇ ଶିକ୍ଷକତା କରନ୍ତି । ଏପରିକି ସେ ସିଆରସିସି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। କଣ୍ଡିରା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ଜଣେ ଦଳିତ ଜାତିର ଶିକ୍ଷୟିତ୍ରୀଙ୍କୁ ପ୍ରେମ ବିବାହ କରିବା ପରେ ସାମାଜିକ ବିଧିବ୍ୟବସ୍ଥାର ବୁଢିଆଣି ଜାଲରେ ଛନ୍ଦି ହୋଇ ଯାଇଥିଲେ । ପରିବାର ଲୋକେ ଏହି ବିବାହ ପାଇଁ ତାଙ୍କୁ ତୀବ୍ର ବିରୋଧ କରିବା ସହ ତାଙ୍କ ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ସେଥିରେ ଭାଙ୍ଗି ନପଡି ପତ୍ନୀଙ୍କ ସହ ପରିବାର ଗଢ଼ିଥିଲେ ।

ତେବେ ଦୁଃଖ ବୋଧ ହୁଏ ତାଙ୍କ ସାଥ୍ ଛାଡିବାକୁ ନାରାଜ୍ ଥିଲା । ପରିବାର ଲୋକେ ତ ପର କରିଦେଇଥିଲେ ତାପରେ ରୋଗ ମାଡିବସିଲା ତାଙ୍କୁ। ଆଉ କଟକରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କଲେ । ତେବେ ଗତ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ତାଙ୍କର ଶବ ପଂହଚିଥିଲା ଗାଁରେ। ହେଲେ ପରିବାର ଓ ସାହିଭାଇମାନେ ଶବ ସତ୍କାର କରିବା ତ ଦୂରର କଥା ତାର ପାଖ ମାଡିଲେନି। ପତ୍ନୀ ତଅପୋଇ ଅନେକ ନେହୁରା ହେଲେ, କିନ୍ତୁ କିଛି ଫରକ ପଡ଼ିଲା ନାହିଁ ।

ଦୀର୍ଘ ୮ ଘଣ୍ଟା ଧରି ଶବ ପଡିରହିବା ପରେ ରାତି ୩ଟାରେ ସ୍ଥାନୀୟ ମା ଶାରଳା ହେଲ୍ପ ଫାଉଣ୍ଡେସନର କର୍ମକର୍ତ୍ତା ଓ ତାଙ୍କର କିଛି ବନ୍ଧୁ ମିଶି ଶବ ସତ୍କାର କରିଥିଲେ । ଦୁଃଖର କଥା ଏତିକି ଯେ ଏକ ବିଂଶ ଶତାବ୍ଦୀର ମଣିଷ ସମାଜ ଆଜିବି ଜାତିଆଣ ଭଳି ଘୃଣ୍ୟ ପ୍ରଥା ଓ ପରମ୍ପରାରୁ ମୁକୁଳି ପାରି ନାହିଁ । ଜାତିଆଣ ନାଁରେ ହଜି ଯାଉଛିମଣିଷ ପଣିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.