ବିଜୟା ଦଶମୀରେ ବଡ଼ ବଡ଼ ଅଘଟଣ: ବିଭିନ୍ନ ଜାଗାରେ ଦୁର୍ଘଟଣା ଘଟି ଯାଇଛି ଏକାଧିକ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ବିଜୟା ଦଶମୀରେ ଅଘଟଣ। ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ମୃତ। ବୌଦ୍ଧ ହରଭଙ୍ଗା ଥାନା ଜବଲପୁର ଗାଁରେ ଅଘଟଣ। ବରଗଡ ସୋହେଲାରେ ଦୁର୍ଘଟଣାରେ ଆଖି ବୁଜିଲେ ବାପା ଓ ତିନି ବର୍ଷର ଝିଅ। ସେହିପରି ସୁନ୍ଦରଗଡ଼ରେ ପୋଲ ଉପରୁ ଖସିଲା ୧୪ ଜକିଆ ଟ୍ରକ। ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି ।କେନ୍ୟୁଜ୍(ବ୍ୟୁରୋ):  ଦଶହରାରେ ଅଘଟଣ। କେଉଁଠି ପୂଜା ତ କେଉଁଠି ଶୋକାକୂଳ । ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ଜଣ ଆଖି ବୁଜିଲେ । ବୌଦ୍ଧ ହରଭଙ୍ଗା ଥାନା ଜବଲପୁର ଗାଁରେ ଅଘଟଣ। ଗାଧୋଇ ସାରି ଲୁଗା ଶୁଖାଉ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ପ୍ରଥମେ ଆସିଥିଲେ ମାଆ ସୁକାନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ଓ ଦିଅର ବଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ୩ ଜଣଙ୍କ ଚିତ୍କାର ଶୁଣି ଗାଁଲୋକେ ଧାଇଁ ଆସିଥିଲେ। ହେଲେ ବିଦ୍ୟୁତ୍‌ ତାରରେ ଲାଖି ରହିଥିବାରୁ କେହି ସାହାସ କରି ଉଦ୍ଧାର କରିପାରିନଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗାଁରେ ଶୋକାକୂଳ ପରିବେଶ ।

ବରଗଡ଼ରେ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାପ ଝିଅଙ୍କ ର ମୃତ୍ୟୁ ହୋଇଛି। ଘଟଣା ପରେ ରାସ୍ତାରୋକ ସହ ଚାପା ଉତ୍ତେଜନା ଦେଖାଦେଇଥିଲା। ବରଗଡ ଜିଲ୍ଲା ସୋହେଳା ଥାନା କନାପାଲି ଛକଠାରେ ଦୁର୍ଘଟଣା । ମୃତକ ବାପ ଝିଅ ହେଲେ ବିଜେପୁର ଥାନା ମନ୍ଦେରପାଲି ଗାଁର ୩୫ ବର୍ଷିୟ ପ୍ରଦୀପ ସାହୁ ଓ ତାଙ୍କ ୩ ବର୍ଷର ଝିଅ ରୂପା ସାହୁ । ଘଟଣାସ୍ଥଳରେ ସୋହେଳା ପୋଲିସ ଓ ବିଧାୟକ ସୁଶାନ୍ତ ସିଂ ପହଞ୍ଚି ଲୋକଙ୍କୁ ବୁଛାସୁଛା କରିଥିଲେ ।

 ସୁନ୍ଦରଗଡ଼ରେ ୫୦ ଫୁଟ ତଳକୁ ଖସିଗଲା ୧୪ ଚକିଆ ଟ୍ରକ । ୬ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର କରାଗଲା ୨ ମୃତଦେହ। କୋଇଡ଼ା ଥାନା କାଲଟା ଫାଣ୍ଡି ଅଧୀନସ୍ଥ ତୋଡ଼ାରେ ନବ ନିର୍ମିତ ପୋଲ ଉପରୁ ଭାରସାମ୍ୟ ହରାଇ ଟ୍ରକଟି ଖସିପଡ଼ିଥିଲା । ଘଟଣାସ୍ଥଳରେ ଉଭୟ ଡ୍ରାଇଭର ଓ ହେଲପର୍‌ଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.