କଟା ଘା’ ପାଇଁ ତୁରନ୍ତୁ ଲଗାନ୍ତୁ ଏହିସବୁ ଜିନିଷ, ମିଳିବ ଶୀଘ୍ର ଉପଶମ

ବହୁତ ଥର ଆଘାତ ଲାଗିଯିବା କାରଣରୁ ଶରୀରରୁ ବହୁତ ମାତ୍ରାରେ ରକ୍ତ ବାହାରି ବାକୁ ଲାଗିଥାଏ । ଅଧିକ ମାତ୍ରରେ ରକ୍ତ ବାହାରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ ତେଣୁ ବାହାରୁ ଥିବା ରକ୍ତକୁ ତୁରନ୍ତ ଅଟକାଇବା ଜରୁରୀ ଅଟେ । କିଛି ଘରୋଇ ଉପାୟ ମାଧ୍ୟମରେ ଆପଣ ବହୁଥିବା ରକ୍ତକୁ ସହଜରେ ଅଟକାଇ ପାରିବେ ।

ବରଫର ପ୍ରୟୋଗ :
ଅଚାନକ୍ ଆଘାତ ଲାଗିବା କାରଣରୁ ରକ୍ତ ବାହାରିଥାଏ ତ, ବରଫର ପ୍ରୟୋଗ ଦ୍ବାରା ବୋହୁଥିବା ରକ୍ତକୁ ରୋକାଯାଇ ପାରେ । ଏଥି ପାଇଁ ଯେଉଁ ସ୍ଥାନରେ ଆଘାତ ଲାଗିଥାଏ ସେଇ ସ୍ଥାନରେ ବରଫ ରଗଡନ୍ତୁ । ବରଫ ଥଣ୍ଡା ହେବା କାରଣରୁ ଦରଜ କମ୍ କରିଥାଏ ଓ ଏହା କାରଣରୁ ବ୍ଲଡ୍ କ୍ଲଟିଙ୍ଗ୍ ହୋଇଥାଏ ଯାହା ଦ୍ବାରା ରକ୍ତ ବାହାରିବା ମଧ୍ୟ କମିଯାଇଥାଏ ।

ଫିଟିକିରି :
ଫିଟିକିରିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଲଏ । ଆପଣଙ୍କୁ ଆଘାତ ଯଦି ଲାଗିଯାଇଥାଏ କିମ୍ବା କୌଣସି ସ୍ଥାନ କଟି ଯାଇଥାଏ ତେବେ ଫିଟିକିରିକୁ ଓଦା ସେହି ସ୍ଥାନରେ ରଗଡନ୍ତୁ ଦେଖିବେ ତୁରନ୍ତ ରକ୍ତ ବନ୍ଦ ହୋଇଯାଇଥାଏ । ଏବଂ ବ୍ଲଡ୍ କ୍ଲଟିଙ୍ଗର ପକ୍ରିୟା ମଧ୍ୟ ଖୁବ୍ ଶିଘ୍ର ଆରମ୍ଭ ହୋଇଥାଏ । ଏହା ବ୍ୟତିତ ଫିଟିକିରିର ବ୍ୟବହାର ଦ୍ବାରା ଇନଫେକ୍ସନର ଭୟ ରହିନଥାଏ ।

ହଳଦୀ :
ହଳଦୀରେ ଆଣ୍ଟି ବ୍ୟାକଟେରିଆଲ୍ ଏବଂ ଯନ୍ତ୍ରଣା କମ୍ କରିବାର ଗୁଣ ରହିଥାଏ । ଏହା ଛଡା ଦରଜକୁ ବି କମ୍ କରିଥାଏ । ଆଘାତ ଲାଗିଯିବା ସଙ୍ଗେ ସଙ୍ଗେ ହଳଦୀକୁ ସେହି ସ୍ଥାନରେ ଲଗାଇବା ଦ୍ବାରା ରକ୍ତ ବନ୍ଦ ହୋଇଥାଏ । ଏହା ସହ ଦରଜ ଓ ଫୁଲା ମଧ୍ୟ କମିଯାଇଥାଏ । ଖଣ୍ଡିଆ ପରେ ଏଥିରୁ ହେଉଥିବା ଇନଫେକ୍ସନରୁ ମଧ୍ୟ ରକ୍ଷା କରିଥାଏ ।

ଟି-ବ୍ୟାଗ୍ :
ଟି-ବ୍ୟାଗ ବି ରକ୍ତ ବନ୍ଦ କରିବାରେ ସାହାଯ୍ୟ କରିଥାଏ । ଚାହାରେ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏଥି ପାଇଁ ଯଦି ଆପଣ ଘା କିମ୍ବା ଆଘାତ ସ୍ଥାନରେ ଚାପତି ବ୍ୟବହାର କରୁଛନ୍ତି ତ, ଏହା ଦ୍ବାରା ଆପଣଙ୍କୁ ଇନଫେକ୍ସନରୁ କମି ଯାଇଥାଏ । ଏହା ବ୍ୟବହାର କରିବା ପାଇଁ ପାଣିରେ ଚାହାପତି ପକାଇ ୧୦ମିନିଟ୍ ଯାଏ ଫୁଟାନ୍ତୁ ତା’ପରେ ଏହାକୁ ବାହାର କରି ଆଘତ ସ୍ଥାନରେ ଲଗାନ୍ତୁ ଏବଂ ଚାପି ରଖନ୍ତୁ ୧୦ ମିନିଟ୍ ପର୍ୟ୍ୟନ୍ତ । ଏହା କରିବା ଦ୍ବାରା ରକ୍ତ ବନ୍ଦ ହୋଇଯାଇଥାଏ ।

ଚିନି ପାଉଡର :
ଚିନିରେ ଆଣ୍ଟିସ୍ପେଟିକ୍ ଗୁଣ ରହିଥାଏ ତ’ ଏହା ମଧ୍ୟ ରକ୍ତ ବନ୍ଦ କରିବା ଏବଂ ଇନଫେକ୍ସନରୁ ରକ୍ଷା କରିଥାଏ । ଚିନି ତରଳ ପଦାର୍ଥକୁ ଶୋଷି ଥାଏ ତେଣୁ ରକ୍ତ ତୁରନ୍ତ ବନ୍ଦ ହୋଇଥାଏ । ଏହା ଛଡାର ଚିନିର ବ୍ୟବହାର ଦ୍ବାରା ବ୍ଲଡ୍ କ୍ଲଟିଙ୍ଗର ପକ୍ରିୟା ଜଲଦି ଆରମ୍ଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.