Below header

ଆଖଣ୍ଡଳମଣିଙ୍କ ଆରଡ଼ି ପୀଠ, ବର୍ଷକୁ ବର୍ଷ ବଢୁଛି ଭକ୍ତଙ୍କ ସଂଖ୍ୟା ତା ସହିତ ବଢୁଛି ସମସ୍ୟା

ଚାନ୍ଦବାଲି : ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ରୂପରେଖ ବଦଳାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ବିକାଶ ଧାରା ଭଦ୍ରକର ଆଖଣ୍ଡଳମଣି ପୀଠରେ ଦେଖିବାକୁ ମିଳୁନି । ପୀଠର ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଫଳରେ ଭକ୍ତଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି
ରାସ୍ତା ଉପରେ ପାକିଂ ହୋଇ ରହୁଛି ବାଇକ । ଗାଡ଼ି ରଖିବାକୁ ଷ୍ଟାଣ୍ଡ ନାହିଁ କି ପାଣି ନିଷ୍କାସନ କରିବାକୁ ଡ୍ରେନେଜ ବ୍ୟବସ୍ଥା ନାହିଁ । ରାସ୍ତା ଉପରେ ବାଇକ ରହୁଥିବାରୁ ଯାଆସ କରିବାରେ ହଇରାଣ ହେଉଛନ୍ତି ଲୋକେ । ଖାଲି ସେତିକି ନୁହେଁ, ଅସରାଏ ବର୍ଷା ହେଲେ ମନ୍ଦିରର ଦକ୍ଷିଣ ଦ୍ୱାରର ବେଢା ଭିତରେ ବର୍ଷା ପାଣି ଜମି ରହୁଛି। ସେପଟେ ଭକ୍ତଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ମଧ୍ୟ ନାହିଁ । ଶିବଗଙ୍ଗା ପୁଷ୍କରିଣୀର ଅବସ୍ଥା କଥା ନକହିବା ଭଲ।

AKHANDALAMANI-2ଓଡ଼ିଶାର ପୁରାତନ ପୀଠ ମଧ୍ୟରୁ ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠ ଅନ୍ୟତମ । ବାବାଙ୍କ ମହିମାରୁ ପ୍ରତିବର୍ଷ ଏଠାକୁ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଛି । ଏତେ ସଂଖ୍ୟାରେ ଭକ୍ତଙ୍କ ପାଇଁ ପୀଠର ସଂକୀର୍ଣ୍ଣତା ବଡ଼ ସମସ୍ୟା ପାଲଟିଛି । ଏଥିପାଇଁ ସରକାର ଓ ପ୍ରଶାସନର ଆନ୍ତରିକତା ନଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲ କହିଥିବା ବେଳେ ପୀଠର ଉନ୍ନୟନ କାର୍ଯ୍ୟ ଜାରି ରହିଥିବା ଚାନ୍ଦବାଲି ବିଧାୟକ କହିଛନ୍ତି । ସେପଟେ ସବୁ ସମସ୍ୟାର ସମାଧାନ କରାଯାଉଛି ବୋଲି ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.