ଅଦ୍ଭୁତ ଇଚ୍ଛା, ସରୀସୃପ ମଣିଷ ବନିବାକୁ କରୁଛନ୍ତି ଗୋଟିଏ ପରେ ଗୋଟିଏ ସର୍ଜରୀ

ପ୍ରତ୍ୟେକ ମଣିଷ ସୁନ୍ଦର ଦେଖାଯିବା ପାଇଁ ଚାହେଁ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର ବିୟୁଟି ପ୍ରଡକ୍ଟର ମଧ୍ୟ ବ୍ୟବହାର କରନ୍ତି ଅଥବା ସୁନ୍ଦର ଦେଖାଯିବା ପାଇଁ ଅନେକ ସମୟରେ କିଛି ଲୋକ ସର୍ଜରୀ ମଧ୍ୟ କରାଇଥାନ୍ତି । କଣ ଆପଣଙ୍କୁ ବିଶ୍ୱାସ ହେଉଛି ଯେ ଆଜିର ସମୟରେ ଜଣେ ପଶୁ ଭଳି ଦେଖାଯିବାକୁ ଚାହିିଁବ ?  ନିଜକୁ ଏକ ପଶୁର ଲୁକ ଦେବା ପାଇଁ ଅନେକ ପ୍ରକାର ସର୍ଜରୀ ଓ ଅପରେସନ କରାଇବ ? ଏହାକୁ ବିଶ୍ୱାସ କରିବା ନିଶ୍ଚୟ ଟିକେ ମୁସ୍କିଲ ଅଟେ । ଭୂମଣ୍ଡଳରେ ଭଗବାନଙ୍କର ସବୁଠାରୁ ସୁନ୍ଦର ସର୍ଜନା ହେଲା ମଣିଷ ଏବଂ ଏପରି ସ୍ଥଳେ ଯଦି କେହି ମଣିଷ ପଶୁ ହୋଇଯିବାକୁ ଚାହେଁ ତାହେଲେ ? ଆମେ କହୁଛୁ ପୁରୁଷରୁ ଟ୍ରାନ୍ସ ଫିମେଲ ବନିଥିବା ଇବା ମେଡୁସାଙ୍କ ବିଷୟରେ..

ଟେକ୍ସାସରେ ରହୁଥିବା ଇବା ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଇବା ଚର୍ଚ୍ଚାରେ ଏଥିପାଇଁ ରୁହନ୍ତି କାରଣ ସେ ଅନେକ ବର୍ଷ ଧରି ନିଜକୁ ଏକ ସାପର ରୂପ ଦେବା ପାଇଁ ଲାଗି ପଡିଛନ୍ତି । ସେଥିପାଇଁ ସେ ନିଜର ସମ୍ପୂର୍ଣ ଶରୀରରେ ଟାଟୁ ବନାଇ ଦେଇଛନ୍ତି ଏବଂ ସର୍ଜରୀ  ସାହାଯ୍ୟରେ ନିଜର ନାକ ଏବଂ କାନକୁ ନିଜ ଶରୀରରୁ ଅଲଗା କରି ଦେଇଛନ୍ତି । କେବେଳ ଏତିକିରେ ସରିନି ତାଙ୍କର କାରନାମା । ଏହାପରେ ସେ ଆଉ ଏକ ସର୍ଜରୀ ଦ୍ୱାରା ନିଜର ଜିଭକୁ ମଧ୍ୟ ମଝିରୁ କାଟି ଦୁଇ ଭାଗ ଦେଇଛନ୍ତି । ଠିକ୍‌ ସାପ ଭଳି ।

ଇବା ମେଡୁସା ଅନେକ ସର୍ଜରୀ କରାଇଛନ୍ତି । ଏମିତିକି ସେ ନିଜ ମୁଣ୍ଡରେ ଦୁଇଟି ସିଂହ ମଧ୍ୟ ଲଗାଇଛନ୍ତି ଯାହାର ସର୍ଜରୀ ସମୟରେ ତାଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥିଲା ।

ଏତେ କଷ୍ଟ ସହିବା ପରେ ମଧ୍ୟ ଇବା ନିଜର ଏହି ରୂପ ପାଇଁ ବହୁତ ଖୁସି । ନିକଟରେ ସେ ନିଜକୁ ଭିନ୍ନ ରୂପ ଦେବା ପାଇଁ ଆଉ ଏକ ସର୍ଜରୀ କରାଇଛନ୍ତି । ଇବା ନିଜର ପ୍ରାଇଭେଟ ପାର୍ଟକୁ ହଟାଇ ଦେଇଛନ୍ତି ଏବଂ ସେ ଏବେ ସମ୍ପୂର୍ଣ ଭାବେ ସରୀସୃପ ମାନବ ହେବାର ଚେଷ୍ଟାରେ ଅଛନ୍ତି । ଏହି ସର୍ଜରୀ ପାଇଁ ସେ ୭୫ ହଜାର ଡଲାର (ପ୍ରାୟ ୫୩ ଲକ୍ଷ ଟଙ୍କା) ଖର୍ଚ୍ଚ କରିଛନ୍ତି ।

ଏହାସହ ପଢନ୍ତୁ ମରିଯାଇଥିବା ମଣିଷକୁ ଜୀବିତ କରିବା ପାଇଁ ହସ୍ପିଟାଲରେ କରାଗଲା କିଛି ଏପରି…

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ ୨୦୨୫ ବେଳକୁ ଇବା ସମ୍ପୂର୍ଣ ଭାବେ ସରୀସୃପ ମାନବ ହୋଇଯିବେ । ସତରେ ଅନେକ ସମୟରେ ମଣିଷର ଅଦ୍ଭୁତ ଚିନ୍ତାଧାରା ତାକୁ କଣ କରାଇ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.