ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ଦେଲେ ‘ବିବାହ ପ୍ରସ୍ତାବ’, ପୁଣି ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ

ଲୋକେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍ କରିବା ପାଇଁ ଅଲଗା ଅଲଗା ତରିକା ଆପଣାଇ ଥାଆନ୍ତି। କିଏ ପାହାଡ଼ ଶୀର୍ଷକୁ ଚାଲିଯାଏ ତ ଆଉ କିଏ ଉଚ୍ଚ ଅଟ୍ଟାଳିକା ଉପରେ ଛିଡ଼ା ହୋଇ ନିଜ ମନର କଥା କହିଥାଏ। କିନ୍ତୁ ବ୍ରିଟେନର ଷ୍ଟିଫେନ୍ କାହିଲ ନାମକ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ଏକ ନିଆରା ଷ୍ଟାଇଲରେ ଦେଇଛନ୍ତି ବିବାହ ପ୍ରସ୍ତାବ।
ଷ୍ଟିଫେନ୍ ନିଜ ପ୍ରପୋଜକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜ ପସନ୍ଦର ହଲି ଡେ’ ସ୍ପଟ ‘ସୋମେରସେଟ୍’କୁ ବାଛିଥିଲେ। ଏଠାରେ ଛୁଟି କଟାଇବାକୁ ଯାଇଥିବା ବେଳେ ସମୂଦ୍ର କୂଳରେ ବାଲୁକା କଳା ନିର୍ମାଣ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, ‘ଓ୍ଵିଲ୍ ୟୁ ମ୍ୟାରି ମି ହିଦି’? ଏହାକୁ ସେ ବାଲୁକା ଶିଳ୍ପୀ ସିମୋନ୍ ବେକ୍ଙ୍କ ସାହାଯ୍ୟରେ ୮୫ ମିଟର ଚଉଡ଼ାର ବନାଇଥିଲେ।
ଏହାସହ ପଢ଼ନ୍ତୁ: ଅଚାନକ୍ ପବନରେ ଉଡ଼ିବାକୁ ଲାଗିଲା ଗଦି, ଭିଡିଓ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ
ଏ ବିଷୟରେ ଷ୍ଟିଫେନ୍ ପ୍ରେମିକା ହିଦିଙ୍କୁ କିଛି ବି ଜଣାଇ ନ ଥିଲେ। ସେ ତାଙ୍କ ଆଖି ବନ୍ଦ କରି ସେହି ଜାଗାକୁ ନେଇଯାଇଥିଲେ ଏବଂ ଆଖି ଖୋଲିବାକୁ କହିଥିଲେ। ହିଦି ଯେତେବେଳେ ଆଖି ଖୋଲିଥିଲେ, ସାମ୍ନାରେ ଏଭଳି ସୁନ୍ଦର ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲେ। ସେ କିଛି କହିବା ଆଗରୁ ଷ୍ଟିଫେନ୍ ଆଣ୍ଠୁ ମାଡ଼ି ତାଙ୍କ ଆଗରେ ବସିପଡ଼ିଥିଲେ ଏବଂ ତାଙ୍କ ହାତରେ ମୁଦି ପିନ୍ଧାଇ ପ୍ରପୋଜ୍ କରିଥିଲେ।
ଷ୍ଟିଫେନ୍ କହିଥିଲେ, ‘ହିଦି ସେ ସମୟରେ ବହୁତ ଭାବୁକ ହୋଇଯାଇଥିଲେ। ତାଙ୍କୁ ଜଣା ମଧ୍ୟ ନ ଥିଲା କି ତାଙ୍କ ପ୍ରେମିକ ତାଙ୍କୁ ବିବାହ ପାଇଁ ଏଭଳି ସୁନ୍ଦର ଢଙ୍ଗରେ ପ୍ରପୋଜ କରିବେ’। ତେବେ ଦୁହେଁ ମଝିରେ ମଝିରେ ଛୁଟି କଟାଇବାକୁ ସୋମେରସେଟ୍ ଯାଉଥିଲେ ହେଁ ହିଦି ବିଲକୁଲ୍ ଜାଣିପାରି ନ ଥିଲେ ଯେ ଏହି ଛୁଟି ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଛୁଟି ରହିବ। ଶେଷରେ ହିଦି ଷ୍ଟିଫେନଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ଏବଂ ବିବାହ ପାଇଁ ରାଜି ହୋଇଥିଲେ। ଏହାପରେ ଷ୍ଟିଫେନ୍ ତାଙ୍କ ହାତରେ ମୁଦି ପିନ୍ଧାଇଥିଲେ। ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।