Below header

ରାଜଧାନୀରେ ବଢୁଛି ତାତି, ବିଭିନ୍ନ ଜାଗାରେ ଜଳଛତ୍ର ଖୋଲୁଛନ୍ତି ଅନେକ ସାମାଜିକ ଅନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍):ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା। ୪୦ ଡିଗ୍ରୀ ତାପମାତ୍ରା ଉପରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା। ଏଭଳି ସ୍ଥିତିରେ ଅଂଶୁଘାତର ଆଶଙ୍କା ମଧ୍ଯ ବୃଦ୍ଧି ପାଇଛି। ଲୋକଙ୍କୁ ମଧ୍ୟାହ୍ନରେ ଘରୁ ନବହାରିବାକୁ ପରାମର୍ଶ ଦିଆଯାଇଛି। ଯଥେଷ୍ଟ ପରିମାଣର ପାଣି ପିଇବାକୁ କୁହାଯାଉଛି। ଏଥିପାଇଁ ସବୁଠି ଜଳଛତ୍ରର ବ୍ୟବସ୍ଥା ମଧ୍ଯ କରାଯାଇଛି।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ସ୍ଥାପନ କରାଯାଇଥିବା ବେଳେ ବିଭିନ୍ନ ଏନଜିଓ ଓ ସଂଗଠନ ଗୁଡ଼ିକ ପକ୍ଷରୁ ମଧ୍ୟ ଜଳଛତ୍ର ଖୋଲାଯାଇଛି। ଲୋକଙ୍କ ସୁବିଧା ପାଇଁ ଏଭଳି ସେବା କର୍ଯ୍ୟରେ ଲୋକେ ଆଗେଇ ଆସିବା ସମାଜ ପାଇଁ ଶୁଭସଙ୍କେତ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। କଳ୍ପନା ଛକ ସ୍ଥିତ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଏମସି କଣ୍ଟ୍ରାକ୍ଟର ସଙ୍ଘ ପକ୍ଷରୁ ସ୍ଥାପିତ ଜଳଛତ୍ରକୁ ଲୋକାର୍ପିତ କରିବା ଅବସରରେ ମେୟର ଏହି ମନ୍ତବ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.