Below header

ବାତ୍ୟା ଫନି ପାଇଁ ରାଜ୍ୟ ସରକାର ଦାୟୀ : ମାଓ ସଂଗଠନ

ବାତ୍ୟା ଫନି ପାଇଁ ସରକାରଙ୍କୁ ଦାୟୀ କରିଛି ମାଓ ସଂଗଠନ । ପ୍ରେସ୍ ବିଜ୍ଞପ୍ତିରେ ମାଓବାଦୀ ଓଡ଼ିଶା ରାଜ୍ୟ କମିଟିର ପ୍ରବକ୍ତା ଚକ୍ରା ବିଶୋଇ ସୂଚନା ଦେଇଛନ୍ତି । ଶିଳ୍ପ ନାଁରେ ଜଙ୍ଗଲ ଧ୍ୱଂସ କରାଯାଇ ସୁସ୍ଥ ପରିବେଶକୁ ନଷ୍ଟ କରାଯାଉଛି । ଭାରତୀୟ ପାଣିପାଗର ସୂଚନା ଅନୁଯାୟୀ ରାଜ୍ୟ ସରକାର ପୂର୍ବ ପଦକ୍ଷେପ ନେଇଥିଲେ ୪୧ ଜଣଙ୍କ ପ୍ରାଣହାନୀ ଘଟିନଥାନ୍ତା ବୋଲି କହିଛି ସଂଗଠନ ।

ବଡ଼ବଡ଼ ସହରରେ ବସବାସ କରୁଥିବା ଲୋକଙ୍କୁ ସରକାର ମୌଳିକ ସୁବିଧା ମଧ୍ୟ ଦେଇପାରିଲେ ନାହିଁ । ହାତଗଣତି ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ଶିଳ୍ପ ପ୍ରତିଷ୍ଠା କରି ଜାତୀୟ ସ୍ୱାର୍ଥ ନାମରେ ବଳି ଦେଇଛି ବୋଲି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.