ରାଜ୍ୟରେ ଅଗ୍ନିବର୍ଷା, ବିଭିନ୍ନ ସ୍ଥାନରୁ ଆସୁଛି ଅଂଶୁଘାତ ଜନିତ ମୃତ୍ୟୁ ଖବର

ରାଜ୍ୟରେ ଅଗ୍ନିବର୍ଷା। ତତଲା କଡ଼େଇରେ ସିଝୁଛି ଓଡ଼ିଶା। ଗତକାଲି ସବୁଠି ଉତ୍ତପ୍ତ ସହର ପାଲଟିଛିି ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୫ ସହରର ତାତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨-୩ ଦିନ ଯାଏଁ ତାପମାତ୍ରା ବୃଦ୍ଧି ପାଇବ। ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ।

sun stroke death

ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଅଂଶୁଘାତ ଜନିତ ମୃତ୍ୟୁ ଖବର । ଶରତ ଥାନା ଅଧିନସ୍ଥ ରାଇପାଳ ଗାଁର ଅର୍ଜୁନ ବିଶ୍ୱାଳଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦ୍ୱିପ୍ରହରରେ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍ ସଂଜ୍ଞାହୀନ ହୋଇ ବାରଣ୍ଡାରୁ ଖସିପଡ଼ିଥିଲେ । ଏହାପରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

sun stroke death 1

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ଯାଜପୁର ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ୬୨ ବର୍ଷୀୟ ନଟବର ନାୟକ । ନଟବର ଚଣ୍ଡିପଡିଆ ହାଟରେ ପୋଟଳ ବିକ୍ରି କରିବାକୁ ଯାଇଥିଲେ । ସେଠାରୁ ପେଂରୁଥିବା ସମୟରେ ହଠାତ୍ ରାସ୍ତାରେ ତାଙ୍କର ମୁଣ୍ଡ ବୁଲାଇବାରୁ ଘାଟ ନିକଟରେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବଲାଙ୍ଗୀର- ୪୫.୫ ଡିଗ୍ରୀ, ସମ୍ବଲପୁର-୪୪.୬ ଡିଗ୍ରୀ, ଝାରସୁଗୁଡ଼ା-୪୩.୬ ଡିଗ୍ରୀ, ହୀରାକୁଦ-୪୪.୧ ଡିଗ୍ରୀ, ତାଳଚଚେର-୪୩.୨ ଡିଗ୍ରୀ, ଭବାନୀପାଟଣା-୪୨.୮, ଅନୁଗୁଳ-୪୨.୭ ଡିଗ୍ରୀ, ସୁନ୍ଦରଗଡ଼-୪୨ ଡିଗ୍ରୀ, ମାଲକାନଗିରିର ତାପମାତ୍ରା ୪୨ ଡିଗ୍ରୀ, ଫୁଲବାଣୀ-୪୧.୮ ଡିଗ୍ରୀ, ଚାନ୍ଦବାଲି-୪୦.୫ ଡିଗ୍ରୀ, ଭୁବନେଶ୍ୱର-୪୦.୨ ଡିଗ୍ରୀ, କଟକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.