Below header

ପ୍ରେମ ପାଇଁ ବନ୍ଧୁକ ଛାଡିଲେ ପ୍ରେମୀ ଯୁଗଳ, ଯୌତୁକ ଦେଇ ବିବାହ କରାଇଲେ ପୋଲିସ ପ୍ରଶାସନ

ଛତିଶଗଡ଼: ମାଓ ସଙ୍ଗଠନରେ ପ୍ରେମ ଆଉ ତାପରେ ବାହାଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ। ଭଲପାଇବା ଆଗରେ ସବୁ ବାଧା ବିଘ୍ନ ହାର ମାନିଛି। ନିଜ ଭଲ ପାଇବା ଯୋଗୁଁ ପ୍ରେମିକା କୁ ନକ୍ସଲ କବଳରୁ ଖସାଇ ଆଣିଛି ଆଉ ଜଣେ ହାର୍ଡ କୋର ମାଓବାଦୀ । ଆମେ କହୁଛୁ ମାଓ ଦମ୍ପତିଙ୍କ ପ୍ରେମ ତାପରେ ବିବାହ କାହାଣୀ। ହାର୍ଡ କୋର ମାଓବାଦୀ ମାଡ଼କମ ମାଡାଜାର ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା।

କଟେକଲ୍ୟାଣ ଏରିଆ କମିଟି ସଦସ୍ୟ (ACM) ଭାବେ ମାଓ ସଙ୍ଗଠନ ରେ ରହିଥିଲା । ଅନେକ ବଡ଼ ବଡ଼ ହିଂଶାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲା ମଡ଼କମ । ତେବେ ମାଓ ସଙ୍ଗଠନରେ ଥିବା ବେଳେ ତାଙ୍କ ସାଥି ମହିଳା ନକ୍ସଲ କୁହରାମି ଆଇତେଙ୍କ ସହ ପ୍ରେମ ହୋଇଥିଲା । ମାଓ ନେତ୍ରୀ ଆଇତେ ନାଁ ରେ ମଧ୍ୟ ଏକ ଲକ୍ଷ୍ୟ ଟଙ୍କା ଧରିବା ପାଇଁ ପୋଲିସ ପୁରସ୍କାର ରଖିଥିଲେ । ମହୁପଦର LGS ଭାବେ ଆଇତେ ମାଓ ସଙ୍ଗଠନରେ କାମ କରୁଥିଲେ । ତେବେ ମାଓ ସଙ୍ଗଠନରେ ପ୍ରେମ କରିବା ଏବଂ ବିବାହ ବନ୍ଧନରେ ବାନ୍ଧିହେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି ବା ଫତବା ଜାରି କରାଯାଇଛ । ତେଣୁ ଏମାନେ ଏହି ପ୍ରେମ ସମ୍ପର୍କ ଆଗକୁ ବଢ଼ାଇବା ସମ୍ଭବ ହୋଇପାରିନଥିଲା ।

ତେଣୁ ଏହି ମାଓ ଦମ୍ପତି ବାଧ୍ୟ ହୋଇ ନିଜ ଖୁସିର ସଂସାର ଗଢିବା ପାଇଁ ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ । ଦନ୍ତେୱାଡା ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ମିଳିତ ରେ ଏହି ବିବାହ ଆୟୋଜନ କରାଯାଇଥିଲା । ଏଥିରେ ଏହି ଦୁଇ ମାଓବାଦୀଙ୍କ ନାଁ ରେ ଥିବା ପୁରସ୍କାର ରାଶିକୁ ଯୌତୁକ ଆକାରରେ ପୋଲିସ ପ୍ରଶାସନ ବିବାହ ବେଦିରେ ଦେଇଥିଲେ । କନ୍ୟାପଟରୁ ଦନ୍ତେଶ୍ଵରୀ ଫାଇଟର ମହିଳା କୋମାଣ୍ଡ ରହିଥିବା ବେଳେ ବାରାତିରେ DRG ଜବାନ ରହି ଏହି ବିବାହ ସମ୍ପର୍ଣ୍ଣ କରିଥିଲେ । ଅବକାରୀ ମନ୍ତ୍ରୀ ଲକ୍ଷମ କବାସୀ ଏବଂ ମହିଳା ବିକାଶ ମନ୍ତ୍ରୀ ଅନିଲା ଭେଡ଼ିଆ ମଧ୍ୟ ଏହି ବିବାହ ରେ ଯୋଗ ଦେଇ ମାଓ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଧୁମଧାମରେ ଏହି ବିବାହ ଆୟୋଜନ କରାଯାଇଥିଲା । ଏଭଳି ଗୃହସ୍ତ ଜୀବନରେ ମାଓ ଦମ୍ପତି ବାନ୍ଧି ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ଏହି ମାଓ ଦମ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.