ଚଳନ୍ତା କାରରେ ଆଇନ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଯେତେ କଡ଼ା ଆଇନ୍‌ ପ୍ରଣୟନ ହେଲେ ମଧ୍ୟ ଥମିବାର ନାଁ ଧରୁନି ପାଶବିକ ଅତ୍ୟାଚାର। ଏବେ ପୁଣିଥରେ ଜଣେ ଛାତ୍ରୀଙ୍କୁ ଏକାଧିକ ଯୁବକ ଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି। ଯାହାର ଶୁଣାଣି ଆଜି ହୋଇଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର କାଙ୍କେ ଥାନା ଅଧୀନସ୍ଥ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କୋର୍ଟ ସୋମବାର ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ପୀଡ଼ିତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

rape3

ଜଜ୍‌ ନବନୀତ କୁମାର ଏହି କାଣ୍ଡକୁ ଜଘନ୍ୟ ଅପରାଧ ବୋଲି କହିବା ସହ ସମସ୍ତ ଦୋଷୀଙ୍କୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅପରାଧରେ ସମ୍ପୃକ୍ତ ଜଣେ ଦୋଷୀ ନାବାଳିକ ଥିବାରୁ ତାଙ୍କ ଶୁଣାଣି ଜୁଭେନାଲ ଜଷ୍ଟିସ୍‌ ବୋର୍ଡରେ ଚାଲିଛି। ତେବେ ବନ୍ଧୁକ ମୁନରେ ଏହି ଦୁଷ୍କର୍ମ ହୋଇଥିବା ଜଣାଯାଇଛି।

rape

ପୀଡ଼ିତା ନିଜ ବୟାନ କହିଥିଲେ ଯେ କଲେଜ ଠାରୁ ତାଙ୍କ ଘର ପ୍ରାୟ ୪ କିଲୋମିଟର ଦୂର। ରାସ୍ତାରେ ସେ ଜଣେ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବାଇକରେ ୨ ଜଣ ଯୁବକ ଆସି ତାଙ୍କ ବନ୍ଧୁଙ୍କୁ ବାଡ଼ିଆପିଟା କରିଥିଲେ। ଏଥିସହ ଜୋର ଜବରଦସ୍ତି ତାଙ୍କୁ ବାଇକରେ ନେଇଯାଇଥିଲେ। ଅଧରାସ୍ତାରେ ଗାଡ଼ିରୁ ତେଲ ସରିଯିବା ପରେ ସେମାନେ ଅନ୍ୟ ସାଙ୍ଗମାନଙ୍କୁ ଡାକିଥିଲେ। ସେମାନେ କାର ଆଣି ଝିଅକୁ ଉଠାଇନେଇଥିଲେ। ରାସ୍ତାରେ ଜଣ ଜଣ କରି ସମସ୍ତେ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଶେଷରେ କିଛି ଦୂରରେ ଫିଙ୍ଗି ଦେଇଥିଲେ ବୋଲି ପୀଡ଼ିତା ନିଜ ବୟାନରେ କହିଥିଲେ। ଏନେଇ କାହାକୁ କହିଲେ ଜୀବନରୁ ମାରି ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ତେବେ ଏହି ମାମଲାରେ ଜଡ଼ିତ ଥିବା ୧୨ ଜଣଙ୍କୁ ପୋଲିସ ଗିରଫ କରିଛି। ସମସ୍ତ ଦୋଷୀ ନିଜ ଦୋଷ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.