ମାଓ ନେତା କାନ୍ନା ଓ ନେତ୍ରୀ ଲାକ୍କେଙ୍କୁ ମାଓ ସଙ୍ଗଠନରୁ କରାଗଲା ବହିଷ୍କାର

ମାଲକାନଗିରି: ମାଓ ନେତା କାନ୍ନା ଓ ମାଓ ନେତ୍ରୀ ଲାକ୍କେଙ୍କୁ ମାଓ ସଙ୍ଗଠନରୁ ବହିଷ୍କାର । ଏନେଇ ମାଲକାନଗିରି କୋରାପୁଟ ବର୍ଡର ଡିଭିଜନର ମାଓ ନେତା ବେଣୁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ୨ମାଓ ନେତା ସଙ୍ଗଠନ ବିରୋଧୀ କାମ କରିବା ସହ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଯୋଗୁଁ ସେମାନଙ୍କୁ ବହିଷ୍କାର କରାଯାଇଛି ।

maoତେବେ ଗତ ଜୁନ ୩୦ତାରିଖରେ ସେମାନେ ଆତ୍ମସମର୍ପଣ କରିଥିଲେ । ତେବେ କାନ୍ନା ଓ ଲାକ୍କେ ସ୍ୱାମୀ, ସ୍ତ୍ରୀ ନୁହଁନ୍ତି ବୋଲି ମାଓ ନେତା ବେଣୁ କହିଛି । ଏହାସହ ଏମାନେ ବିପ୍ଳବ ଆନ୍ଦୋଳନରେ ନିଜକୁ ତ୍ୟାଗ ନକରି ସଙ୍ଗଠନ ବିରୋଧୀ କାର୍ଯ୍ୟ କରିଥିବା ଯୋଗୁଁ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ବେଣୁ ଚେତାବନୀ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.