ମାଲକାନଗିରି SPଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ତାଙ୍କ ନାଁରେ ରହିଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର 

ମାଲକାନଗିରି: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ହାର୍ଡକୋର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଆଡମେ ମାଡକାମୀ। ସୀମାନ୍ତ ଛତିଶଗଡ଼ ଦର୍ଭା ଡିଭିଜନର ମିଲଟ୍ରି ପ୍ଲାଟୁନ୍‌ର ଜଣେ ପାର୍ଟି ମେମ୍ବର ଥିଲେ ଆଡମେ ମାଡକାମୀ । ତାଙ୍କ ନାଁରେ ୨ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ୨୦୧୫ରେ ଦର୍ଭା ଡିଭିଜନ୍‌ ମାଓ ସଂଗଠନରେ ସାମିଲ ହୋଇ ଅନେକ ମାଓହିଂସା ଘଟେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ମାଥିଲି ଥାନା ଅନ୍ତର୍ଗତ ମହୁପଦର ଅଞ୍ଚଳରେ ଅନେକ ନିରୀହ ଆଦିବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା, ସୁରକ୍ଷା କର୍ମୀଙ୍କ ଅପରେସନ ବେଳେ ତାଙ୍କ ଉପରେ ଫାୟିରିଙ୍ଗ୍‌, ରାସ୍ତା କାମରେ ନିୟୋଜିତ ଥିବା ଅନେକ ଗାଡ଼ିକୁ ପୋଡ଼ି ନଷ୍ଟ କରିବା ଭଳି ଅନେକ ହିଂସାକାଣ୍ଡରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଓଡିଶା ଓ ଛତିଶଗଡର ଅନେକ ମାଓ ହିଂସାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲେ ଆଡ୍‌ମେ। ଆଡ୍‌ମେର ଘର ମାଲକାନଗିରି ଜିଲ୍ଲା ମାଥିଲି ଥାନା କମାରପଲ୍ଲୀ ଗାଁରେ। …ଆଡ୍‌ମେକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସମସ୍ତ ସହଯୋଗ ସୁବିଧା ଯୋଗାଇ ଦିଆଯିବ ବୋଲି ଏସ୍‌ପି ରିଶିକେଶ ଡି. ଖିଲାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.