ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ପିଟିପିଟି କଲେ ହତ୍ୟା, ଜାଳିଦେଲେ ପିକଅପ୍‌ ଭ୍ୟାନ୍

ମାଲକାନଗିରି(କେନ୍ୟୁଜ୍): ମାଓବାଦୀଙ୍କ ବର୍ବରକାଣ୍ଡ । ଜଣକୁ ପିଟିପିଟି ହତ୍ୟା କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ପାଲୋମପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା ।

ପୋଲିସ ଇନଫର୍ମର କହି ନିରୀହ ଆଦିବାସି ଯୁବକଙ୍କୁ ହତ୍ୟା କରିବା ସହ ଘରେ ଥିବା ପିକଅପ୍‌ ଭ୍ୟାନ ମଧ୍ୟ ପୋଡିଦେଇଛନ୍ତି ମାଓବାଦୀ । ମୃତକ ସେହି ଗାଁର ମାଡ଼କମ ଯୋଗୀ । ଘଟଣା ସ୍ଥଳରେ ମାଓ ପୋଷ୍ଟର ଛାଡି ଯାଇଛନ୍ତି ମାଓବାଦୀ। କଣ୍ଟା ଏରିଆ କମ୍ମିଟି ମାଓ ସଙ୍ଗଠନ ଏହି ଘଟଣାକୁ ଘଟାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.