ଯାଜପୁର : ବଜାର ଖୋଲିବ ସକାଳ ୬ରୁ ଦିନ ଗୋଟାଏ, ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରୁ ଆଉ ଟିକେ କଠୋର ହୋଇଛି ଜିଲ୍ଲା ପ୍ରଶାସନ । ତେଣୁ ଆସନ୍ତାକାଲି ଠାରୁ ପୁଣି କିଛି କଟକଣାର ଶିକାର ହେବେ ଯାଜପୁର ବାସିନ୍ଦା । ଏଠାରେ ସକାଳ ୬ରୁ ଦିନ ଗୋଟାଏ ପର‌୍ୟ୍ୟନ୍ତ ବଜାର ଖୋଲା ରହିବ । ଏହା ପରେ କୌଣସି କାରବାର ହେବ ନାହିଁ ।
ପ୍ରତି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ ସହିତ ରାତି ୯ଟାରୁ ସକାଳ ୫ଟା ପର‌୍ୟ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ ହେବ । ଜୁଲାଇ ମାସ ଶେଷ ପର‌୍ୟ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ।

ଏହା ସହିତ ପୂର୍ବ ପରି ପ୍ରତ୍ୟେକ ଦୋକାନ ଆଗରେ ସାମାଜିକ ଦୂରତ୍ୱ ମାନିବାର ବ୍ୟବସ୍ଥା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ଏହି କଟକଣାକୁ ଅବମାନନା କଲେ ୫ଶହ ଟଙ୍କାରୁ ୧ହଜାର ଟଙ୍କା ପର‌୍ୟ୍ୟନ୍ତ ଜୋରିମନା ଆଦାୟ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି। ତେବେ ଅତି ଆବଶ୍ୟକ ଦୋକାନ ଯଥା ମେଡ଼ିସିନ ଷ୍ଟୋର, ପାଥୋଲ୍ୟାବ, ଡାକ୍ତରଖାନା ଆଦି ଖୋଲା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.