Below header

କ୍ଷୀର ଖିଆ ପିଲାକୁ ଛାଡ଼ି ପ୍ରେମିକ ସହ ଚମ୍ପଟ ମାରିଥିଲେ ମହିଳା, ଫେରିବା ପରେ ଦୁହିଙ୍କର ହେଲା ବାହାଘର

ବଲାଙ୍ଗିର : ଏ କରୋନା କାଳରେ ଆଖି ଦେଖି ନଥିବା, କାନ ଶୁଣିନଥିବା ଘଟଣା ସବୁ ଘଟୁଛି । ବଲାଙ୍ଗିର ଖପ୍ରାଖୋଲ ଅଞ୍ଚଳରେ ଏମିତି ଏକ ଘଟଣା ଏବେ ଖୁବ୍‌ ଚର୍ଚ୍ଚାରେ ଅଛି । ଜଣେ ବିବାହିତା ମହିଳା ନିଜର ଦୁଇ ବର୍ଷର ଓ ଚାରି ମାସର ଝିଅଙ୍କୁ ଛାଡ଼ି ବୟସରେ ସାନ ପ୍ରେମିକକୁ ବାହା ହୋଇଛନ୍ତି ।

ଏହି ୩୨ ବର୍ଷ ବୟସ୍କା ମହିଳା ଜଣକ ତାଙ୍କ ଠାରୁ ୧୦ ବର୍ଷ ସାନ ଜଣେ ଯୁବକର ପ୍ରେମରେ ପଡ଼ିଗଲେ । ନିଜ ଦିନ ମଜୁରିଆ ସ୍ୱାମୀ ସମେତ ଗୋଟିଏ ଦୁଇ ବର୍ଷର ଝିଅ ଏବଂ ଚାରି ମାସର କ୍ଷୀର ଖିଆ ଝିଅକୁ ଛାଡ଼ି ଯୁବକ ସହ ପଳାଇଗଲେ । ବିଚରା ସ୍ୱାମୀ ଜଣକ ଥାନାରେ ଏତଲା ଦେଲେ । ଖପ୍ରାଖୋଲ ପୋଲିସ୍‌ ଅଭିଯୋଗ ପାଇବା ପରେ ଏହି ପ୍ରେମୀ ଯୁଗଳଙ୍କୁ ଖୋଜିଲା । ପ୍ରାୟ ଦଶ ବାର ଦିନ ପରେ ଦୁହିଁଙ୍କୁ ଠାବ କରି ଆଣିଲା । ତେବେ ସ୍ତ୍ରୀ ଫେରିବା ପରେ ତାକୁ ଆଉ ଗ୍ରହଣ କରିବାକୁ ରାଜି ହେଲେ ନାହିଁ ସ୍ୱାମୀ ।

ଶେଷରେ ଗାଁରେ ବୈଠକ ବସିଥିଲା ଏବଂ ସ୍ୱାମୀର ସହମତିରେ ପୋଲିସ୍‌ ଉପସ୍ଥିତିରେ ଏହି ପ୍ରେମୀ ଯୁଗଳଙ୍କର ବିବାହ କରାଯାଇଛି । ମନ୍ଦିରରେ ବାହାଘର ସମ୍ପନ୍ନ ହୋଇଛି । ସ୍ୱାମୀ ଜଣକ ଦୁଇ ଝିଅଙ୍କୁ ନିଜ ପାଖରେ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.