Below header

ବହୁତ ଜଲଦି ବ୍ଲାକ ଫଙ୍ଗସ୍‌ ଔଷଧ ଆଣିବାକୁ ଯାଉଛନ୍ତି ବାବା ରାମଦେବ, ନିଜେ ଦେଲେ ସୂଚନା

ବହୁତ ଜଲଦି ବ୍ଲାକ ଫଙ୍ଗସ ଔଷଧ ନେଇ ଆସୁଛନ୍ତି ଯୋଗଗୁରୁ ବାବା ରାମଦେବ। ଏହା ଦାବି କରିଛନ୍ତି ଯେ ସେ ସପ୍ତାହେ ସୁଦ୍ଧା ବଜାରକୁ ଆଣିବାକୁ ଯାଉଛନ୍ତି। ବାବା ଏଲୋପାଥିକୁ ନେଇ ଦେଉଥିବା ବୟାନ ପାଇଁ ଏବେ ଚର୍ଚ୍ଚାରେ । ତାଙ୍କୁ ନେଇ ଡାକ୍ତରଙ୍କ ମହଲ‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ କରୋନିଲ୍‌କୁ କରୋନା ଔଷଧ କହୁଥିବା ବାବା ଏବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି ।

ରାମଦେବ ଦାବି କରିଛନ୍ତି ଯେ ପତଞ୍ଜଳୀ ବ୍ଲାକ ଫଙ୍ଗସ୍‌ ପାଇଁ ଆୟୁର୍ବେଦିକ୍‌ ଔଷଧ ପ୍ରସ୍ତୁତ କରିଛି । ଏହାକୁ ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଲଞ୍ଚ କରାଯିବ। ଏକ ହିନ୍ଦୀ ଚ୍ୟାନେଲକୁ ସାକ୍ଷାତକାର ଦେଇ ରାମଦେବ କହିଛନ୍ତି ଏହା ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ ମୁଁ ମୋ କାମରୁ ବିମୁଖ ହୋଇନାହିଁ। ତମାମ ବିବାଦ ସତ୍ବେ ୧୮ ଘଣ୍ଟା ସେବା କରୁଛି। ଆଗକୁ ବାବା ଆହୁରି କହିଛନ୍ତି, ଗୋଟିଏ ସପ୍ତାହରେ ବ୍ଲାକ୍‌ ଫଙ୍ଗସ୍‌, ହ୍ବାଇଟ୍‌ ଫଙ୍ଗସ୍‌ ଏବଂ ୟେଲୋ ଫଙ୍ଗସ୍‌ ପାଇଁ ଆୟୁର୍ବେଦିକ୍‌ ଚିକିତ୍ସା ଦେବି । କାର୍ଯ୍ୟ ସରିଛି ଏବଂ ଶେଷ ଷ୍ଟେଜ୍‌ରେ ରହିଛି। ଆମେ ଏବେ ବି ଫଙ୍ଗସ୍‌ ପାଇଁ ଔଷଧ ତିଆରି କରୁଛୁ।’

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ମଙ୍ଗଳବାର ଦେଶର ସମସ୍ତ ଘରୋଇ ଡାକ୍ତର ପ୍ରଦର୍ଶନ କରିଛନ୍ତି। ରାମଦେବ କ୍ଷମା ମାଗନ୍ତୁ ନଚେତ ତାଙ୍କ ବିରୋଧରେ ମହାମାରୀ ରୋଗ ଅଧିନିୟମ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଘରୋଇ ଡାକ୍ତର ସଂଘ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.