ପୋଲିସ ଏନକାଉଣ୍ଟରରେ ତିନି ମାଓବାଦୀ ମୃତ, ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ଜବତ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁରେ ପୋଲିସ ଏନକାଉଣ୍ଟର । ଜଣେ ମହିଳା ମାଓବାଦୀ ସମେତ ଦୁଇ ହାର୍ଡ କୋର ମାଓବାଦୀ ମୃତ । ଘଟଣା ସ୍ଥଳରୁ ତିନିଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । କୁଏମାରି ଜଙ୍ଗଲରେ DRG ଜବାନ ଏକ ବଡ଼ ଧରଣର ମାଓ କ୍ୟାମ୍ପ ରହିଥିବା ସୂଚନା ପାଇ ଚଢ଼ାଉ କରିଥିଲେ ।

ଉଭୟଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଗୁଳିବିନିମୟ ହୋଇଥିଲା । ପୋଲିସ ଗୁଳି ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଟପ୍‌ ମାଓ କ୍ୟାଡର ବର୍ତ୍ତିଯାଇଥିବା ବେଳେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.