Below header

ରାଜଧାନୀରେ ନିର୍ମାଣ ହେବ ୪୨ ଫୁଟର ସହିଦ ସ୍ମୃତି ସ୍ତମ୍ଭ : ପ୍ରଥମ କଳସ ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌): ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡିଆରେ ନିର୍ମାଣ ହେବ ସହିଦ ସ୍ମୃତି ସ୍ତମ୍ଭ । ୪୨ ଫୁଟ ଉଚ୍ଚର ଏହି ସହିଦ ସ୍ମୃତି ସ୍ତମ୍ଭ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କଳସ ସ୍ଥାପନ କରିଛନ୍ତି । ରାଜ୍ୟର ୩୮ଟି ସହିଦ ସ୍ମୃତି ପୀଠରୁ ମାଟି ସଂଗ୍ରହ ହୋଇଛି । ପବିତ୍ର ମାଟି ଥିବା ସମସ୍ତ କଳସକୁ ଏକାଠି ରଖାଯାଇଛି । ଏକ ଭବ୍ୟ ସମାରୋହରେ ଏହି କାଯ୍ୟର୍କ୍ରମ ଆରମ୍ଭ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଉପସ୍ଥିତ ଥିଲେ । ସହିଦଙ୍କ ଦାୟାଦଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଏକ ପତ୍ରିକା ଉନ୍ମୋଚିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.