ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ମାଲକାନଗିରି ଗସ୍ତ, ୩୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ

କେନ୍ୟୁଜ୍(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ମାଲକାନଗିରି ଗସ୍ତ । ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ାଠାରେ ୩୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ରହିଛି ଶିକ୍ଷକମାନଙ୍କ ରହିବା ପାଇଁ କ୍ଳଷ୍ଟର ବିଲ୍ଡିଂ, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ। ସ୍ୱାଭିମାନ ଅଂଚଳର ପ୍ରତି ପଞ୍ଚାୟତରେ ଏହାର ନିର୍ମାଣ ହେବ। ସ୍ୱାଭିମାନ ଅଂଚଳରେ ଗମନାଗମନର ଅସୁବିଧା ଥିବାରୁ ଶିକ୍ଷକମାନେ ସେଠାରେ ଥିବା ସ୍କୁଲକୁ ଯାଉ ନଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଘରୁ ଦୂରରେ ଥିବା ସ୍କୁଲକୁ ଯିବା ପାଇଁ ଅମଙ୍ଗ ହେଉଥିଲେ। ଫଳରେ ସ୍ୱାଭିମାନ ଅଂଚଳରେ ଶିକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡି ପଡିଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ୱାଭିମାନ ଅଂଚଳର ୧୬ଟି ସ୍ଥାନରେ କ୍ଲଷ୍ଟର ବଲ୍‌ଡିଂ ନିର୍ମିତ ହେବ। ଯେଉଁଠି ଶିକ୍ଷକମାନେ ରହିବେ। ସହଜରେ ସ୍କୁଲକୁ ଯିବା ଆସିବା କରି ପାରିବେ। ଏହାସହ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସେହି ୧୬ଟି ସ୍ଥାନରେ ହଷ୍ଟେଲ ନିର୍ମାଣ ହେବ। ଏହାସହ ଆଜି ଆମ୍ବୁଲାନ୍‌ସ ବୋଟ୍‌ର ଉଦ୍‌ଘାଟନ ହୋଇଛି। ୭୫ ଲକ୍ଷ ଟଙ୍କା ବ୍ୟୟରେ ପାୱାର ଗ୍ରୀଡ୍‌ ପକ୍ଷରୁ ଏହି ଆମ୍ବୁଲାନ୍‌ସ ବୋଟ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ସ୍ୱାଭିମାନ ଅଂଚଳବାସୀ ସହଜରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.