ଆସନ୍ତା ୨୬ ତାରିଖର ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ୨୫ ତାରିଖରେ ଶ୍ରୀମନ୍ଦିର ୨୪ ଘଣ୍ଟା ଖୋଲା ରହିବ

ପୁରୀ(କେନ୍ୟୁଜ୍):  ଆଗାମୀ ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି । ଆସନ୍ତା ୨୬ ତାରିଖରେ ଖଣ୍ଡଗ୍ରାସ କେତୁ ଗ୍ରସ୍ତ ସୂର୍ଯ୍ୟ ପରାଗ ପଡୁଥିବାରୁ ମହାପ୍ରଭୂଙ୍କର ସ୍ୱତନ୍ତ୍ର ନୀତି କରାଯିବ । ଏଥିପାଇଁ ଆସନ୍ତା ୨୫ ତାରିଖ ମନ୍ଦିର ୨୪ ଘଣ୍ଟା ଖୋଲା ରହିବ । ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର । ଏନେଇ ଆଜି ବସିଥିଲା ଶ୍ରୀମନ୍ଦିର ଛତିଶା ବୈଠକ । ଏଥିରେ ପହିଲି ଭୋଗ ନୀତି, ପୌଷ ପୂର୍ଣ୍ଣିମା, ସୂର୍ଯ୍ୟ ପରାଗ ଓ ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା ହୋଇଛି । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ବିସ୍ତୃତ ଆଲୋଚନା କରାଯିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେଉଥିବା ବେଳେ ଆସନ୍ତା ୨୬ ତାରିଖ ସକାଳ ୮ଟା ୨୦ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ତଡପ, ମଇଲମ ଓ ବେଶ ପରେ ଅନ୍ୟାନ୍ୟ ନୀତି କରାଯିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଉପଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍‌ପି ଉମାଶଙ୍କର ଦାସ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ଛତିଶାନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.