ବ୍ରହ୍ମପୁରରେ ଗଣ ବିବାହ ଆୟୋଜିତ; ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କ ସହ ଅନ୍ୟ ଯୋଡ଼ିଙ୍କ ବିବାହ କରାଇଲେ ଇନର୍‌ହ୍ଵିଲ କ୍ଲବ୍‌ ସଦସ୍ୟ

ବ୍ରହ୍ମପୁର (କେ ନ୍ୟୁଜ୍‌) : ବ୍ରହ୍ମପୁର ସହରରେ ସମୂହ ବ୍ରତୋପନୟନ ପରେ ଆଜି ଅନୁଷ୍ଠିତ ହୋଇଛି ଗଣବିବାହ ଉତ୍ସବ । ବିବାହ ବନ୍ଧନରେ ଆବଦ୍ଧ ହେଲେ ଛଅ ଜଣ ଯୁବକ ଯୁବତୀ । ଇନର ହ୍ୱିଲ୍ କ୍ଲବ ପକ୍ଷରୁ ଧର୍ମନଗର ସ୍ଥିତ ଶୁଭମ୍ ସେଲିବ୍ରେସନ କଲ୍ୟାଣ ମଣ୍ଡପ ଠାରେ ଏହି ଗଣ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ଆର୍ଥିକ ସମ୍ବଳ ନଥିବା ଛଅଜଣ ଯୁବତୀଙ୍କ ବାହାଘର ସଂପନ୍ନ କରାଯାଇଛି ବିନା ଜାନି ଯୌତୁକରେ ବାହା ହୋଇଥିଲେ ୬ ଜଣ ଯୁବକ । ଏହା ସହ ଭୋଜିଭାତ ବି ଖୁବ୍‌ ଜମିଥିଲା ।

marriage-10

ଅନେକ ଯୁବକ ଯୁବତୀ ଅଭାବ ଅନାଟନ ହେଉ ଅବା ବିଭିନ୍ନ କାରଣ ଯୋଗୁଁ ବିବାହ କରିପାରୁନାହାନ୍ତି । ଏଭଳି ସ୍ଥଳେ ବ୍ରହ୍ମପୁରର ଇନରହ୍ୱିଲ୍ କ୍ଲବ ଏମାନଙ୍କୁ ସହାୟତାର ହାତ ବଢାଇଥିଲା । ଆର୍ଥିକ ଅନାଟନ ସହ ଅନ୍ୟାନ୍ୟ କାରଣରୁ ବିବାହ କରି ପାରୁନଥିବା ୬ ଜଣ ଯୁବତୀଙ୍କୁ ଚିହ୍ନଟ କରି ପରିବାରର ସହମତିରେ କ୍ଲବ ପକ୍ଷରୁ ୬ ଜଣ ଯୋଗ୍ୟ ବରପାତ୍ର ଚିହ୍ନଟ କରାଯାଇଥିଲା । ଏହା ପରେ ଆଜି ସେମାନଙ୍କ ଗଣ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଇନରହ୍ୱିଲ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବର ବଧୂଙ୍କୁ ଆଶୀର୍ବାଦ ଓ ଶୁଭକାମନା ଜଣାଇଥିଲେ ।

marriage-11

ପ୍ରତି ବର୍ଷ ଏଭଳି ଗଣ ବିବାହର ଆୟୋଜନ କରୁଛି ଇନର୍‌ହ୍ଵିଲ କ୍ଲବ । ତେବେ ଚଳିତ ଥର ସବୁଠାରୁ ବଡ କଥା ହେଲା, ଜଣେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଯୁବକକୁ ଜଣେ ଯୁବତୀ ଓ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ ସକ୍ଷମ ଯୁବକ ବିବାହ କରିଛନ୍ତି । ଏହା ସହ ପରସ୍ପରକୁ ଭଲ ପାଉଥିବା ତିନି ଜଣ ଯୁବକ ଯୁବତୀ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ।

marriage 7
ଏହି ବିବାହ ଉତ୍ସବରେ କ୍ଲବର ସଦସ୍ୟା ଓ ପରିବାର ଲୋକେ ସାମିଲ ହୋଇଥିଲେ । ଇନରହ୍ଵିଲ୍‌ କ୍ଲବର ସମସ୍ତ ସଭ୍ୟ ପ୍ରତ୍ୟକ୍ଷ ଭାବେ ସବୁ କାର୍ଯ୍ୟର ତଦାରଖ କରିବା ସହ ଅତ୍ୟନ୍ତ ଶୃଙ୍ଖଳାର ସହ ବିବାହ ସମ୍ପନ୍ନ କରାଇଥିଲେ । ଏଭଳି ମହତ୍‌ କାର୍ଯ୍ୟ ପାଇଁ ସେମାନଙ୍କୁ ସମସ୍ତେ ସାଧୁବାଦ ଜଣାଇଥିଲେ ।

ବ୍ରହ୍ମପୁରରୁ ମାନସ ବିଷୋୟୀଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.