ବନ୍ଧା ହେଲେ ଗଣିତ ଶିକ୍ଷକ, ଛାତ୍ରୀଙ୍କୁ ରୁମକୁ ଡାକି ପୁରୀ ଯିବାକୁ କରୁଥିଲେ ବାଧ୍ୟ

ଭୁବନେଶ୍ବର (କେନ୍ୟୁଜ୍) : ବନ୍ଧାହେଲେ ଗଣିତ ଶିକ୍ଷକ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଏକ ଘରୋଇ ସ୍କୁଲର ଗଣିତ ଶିକ୍ଷକ ସଞ୍ଜୟ ପଟ୍ଟନାୟକଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଛାତ୍ରୀଙ୍କ ବାପା ଅଭିଯୋଗ ଅନୁସାରେ ସଞ୍ଜୟ ଶିକ୍ଷା ଆଳରେ ବିଭିନ୍ନ ସମୟରେ ତାଙ୍କ ଝିଅକୁ ଆଲିଙ୍ଗନ କରୁଥିଲେ । ଫେବୃଆରୀ ୧୩ରେ ଝିଅକୁ ରୁମକୁ ଡାକି ଅସଦାଚରଣ କରିଥିଲେ । ଏପରିକି ପୁରୀ ବୁଲି ଯିବାକୁ ମଧ୍ୟ ବାଧ୍ୟ କରୁଥିଲେ । ଏନେଇ ସମସ୍ତ ଖବର ଜାଣିବା ପରେ ଶିକ୍ଷକ ସଞ୍ଜୟ ନାମରେ ଲିଙ୍ଗରାଜ ଥାନରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କରିଛି । ସେପଟେ ଅଭିଯୋଗକୁ ସଞ୍ଜୟ ମିଛ କହିଥିବା ବେଳେ ପୁଅକୁ ଫସେଇ ଦେଇଥିବା ଅଭିଯୋଗ ହୋଇଥିବା କହିଛନ୍ତି ସଞ୍ଜୟଙ୍କ ବାପା । ସେପଟେ ଶିକ୍ଷକଙ୍କ ଗିରଫକୁ ପ୍ରତିବାଦ କରିଛନ୍ତି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.